Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ଆଇନଜୀବୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ
ଆଜିର ଖବର

ବରିଷ୍ଠ ଆଇନଜୀବୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ କର୍ତ୍ତବ୍ୟନିଷ୍ଠ ଅବସରପ୍ରାପ୍ତ ସୈନ୍ୟବିଭାଗର କର୍ମଚାରୀ ତଥା ବ୍ରହ୍ମପୁର କୋର୍ଟର ଜଣେ ଆଇନଜୀବୀ ଲଳିତ ମଙ୍ଗରାଜଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି। ଜନୈକ ପୀଡ଼ିତା ଶ୍ରୀ ମଙ୍ଗରାଜଙ୍କ ବିରୋଧରେ ଅସଦାଚରଣଙ୍କ ଅଭିଯୋଗ ଆଣିବା ଯାହା ବର୍ତ୍ତମାନ ଅତି ସଂଗିନ ରୂପ ଧାରଣ କରିଛି। ଯାହାକୁ ନେଇ ସମଗ୍ର ସହରରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଏକ ଚାକରାଣୀ ଅଭିଯୋଗ ଆଣିବା ଯେତିକି ଯୁକ୍ତିସଂଗତ ତାଠାରୁ ବଳିପଡ଼ିଲା ଅସଦାଚରଣ ବ୍ୟବହାର ଅଭିଯୋଗ।

ଏହା ଏକ ଉଦ୍ଦେଶ୍ୟମୂଳକ ଭାବରେ କୁଚକ୍ରାନ୍ତ କରି ତାଙ୍କୁ ଫସାଯାଉଛି ବୋଲି ଶ୍ରୀ ମଙ୍ଗରାଜ ତାଙ୍କ ସଫେଇ ଦେଇଛନ୍ତି। ସୂଚନାପାଇ ପ୍ରାଥମିକ ଅନୁସନ୍ଧାନରୁ ଏଫ୍‌ଆଇଆର୍ କପିକୁ ଭିତ୍ତିକରି ଅନୁସନ୍ଧାନକାରୀ ଅଧିକାରୀ ଜୟନାଥ ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଫ୍‌ଆଇଆର୍ କପିରେ ଶ୍ରୀ ପ୍ରଧାନଙ୍କ ନାମରେ ଯେଉଁ ୯୪୩୮୨୧୨୩୪୫ ନମ୍ବରଟି ଦିଆଯାଇଛି ତାହା ସଂପୂର୍ଣ୍ଣ ଭୁଲ ଅଟେ। ସହରର ଏକ ବୁଦ୍ଧିଜୀବୀଙ୍କ ବିରୋଧରେ ଏହିଭଳି ସଂଗୀନ ଅଭିଯୋଗ ଅଣାଯିବାକୁ ନେଇ ମଧ୍ୟ ବିିଭିନ୍ନ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ଏବଂ ଆସନ୍ତାକାଲି ଏହି ପରିପ୍ରେକ୍ଷୀରେ ଓକିଲ ସଂଘର କର୍ମକର୍ତ୍ତାମାନେ ସ୍ଥାନୀୟ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିବାର ଯୋଜନା ରହିଛି।

ସୂଚନାଥାଉକି ଶ୍ରୀ ମଙ୍ଗରାଜ ସୈନ୍ୟବିଭାଗରୁ ଅବସର ନେଲା ପରେ ବ୍ରହ୍ମପୁର ସହରରେ ବିଭିନ୍ନ ଜନହିତକର କାର୍ଯ୍ୟରେ ଲିପ୍ତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହିଭଳି କି କରୋନା ମହାମାରୀ ସମୟରେ ସେ ସବୁବେଳେ ସବୁକ୍ଷେତ୍ରରେ ଆଗରେ ଠିଆ ହେବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲା। ସେ ଅଫିସରମାନଙ୍କ ସହ ମିଶି ବିଭିନ୍ନ ଜନହିତକାରୀ କାର୍ଯ୍ୟରେ ସାମିଲ ରହିଥିବାର ଦୃଷ୍ଟାନ୍ତ ରହିଛି। ଚର୍ଚ୍ଚା ହେଉଛି ଯେ ପ୍ରଶାସନ ଏବଂ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହାଇକୋର୍ଟରେ ବିଭିନ୍ନ ମାମଲା ଶ୍ରୀ ମଙ୍ଗରାଜ ରୁଜୁ କରୁଥିବାରୁ ତାଙ୍କ ବିରୋଧରେ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର କରାଯାଇଛି।

ଘଟଣାରୁ ପ୍ରକାଶ ଯେ ଗତ ୧୮.୧୨.୨୦୨୦ ତାରିଖ ଦିନ ଗୋଷାଣିନୂଆଗାଁ ଥାନା ଠାକୁରାଣି ମନ୍ଦିର ସାହିର ସ୍ୱର୍ଗତ ନାରାୟଣ ପାତ୍ରଙ୍କ ପତ୍ନୀ ସାବିତ୍ରୀ ପାତ୍ର (୨୭) ଗୋଷାଣିନୂଆଗାଁ ଥାନାକୁ ଆସି ଶ୍ରୀ ମଙ୍ଗରାଜ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ସାବିତ୍ରୀ ସ୍ଥାନୀୟ ବିଲ ସାହି ଲଳିତ ମଙ୍ଗରାଜଙ୍କ ଘରେ ଜଣେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ। କିଛି ବ୍ୟକ୍ତିଗତ କାରଣରୁ ସେ କାମ ଛାଡ଼ି ଦେଇଥିଲେ।

ଗତ ୧୭ ତାରିଖ ଦିନ ମଧ୍ୟାହ୍ନରେ ସେ ଏବଂ ତାଙ୍କ ଝିଅ ବେଢ଼ାବନ୍ଧ, କାଳୁଆ ମନ୍ଦିର ନିଛାଟିଆ ରାସ୍ତାରେ ଯାଉଥିବାବେଳେ ଶ୍ରୀ ମଙ୍ଗରାଜ ଏବଂ ଅନ୍ୟ ଜଣେ ଧଳାରଙ୍ଗର ସ୍କୁଟି ଧରିଥିବା ବ୍ୟକ୍ତି ତାଙ୍କ ନିକଟକୁ ଆସି ଅଟକାଇଥିଲେ। ସେ କାହିଁକି ତାଙ୍କ ଘରକୁ କାମ କରିବାକୁ ଆସୁନାହିଁ ବୋଲି ପଚାରିଥିଲେ। ସାବିତ୍ରୀ ଯିବି ନାହିଁ କହିବାରୁ କ୍ରୋଧାନ୍ୱିତ ହୋଇ ସେ ତାଙ୍କ ଲୁଗାକୁ ଟାଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି।

ଏନେଇ ଗୋଷାଣିନୂଆଗାଁ ଥାନାରେ ୧୬୭/୧୮.୧୨.୨୦୨୦, ୟୁ/ଏସ୍ ୩୪୧/୩୫୪(ଏ)/୩୫୪(ବି)/୨୯୪/୫୦୬/୫୦୯ ଆଇପିସିରେ ମାମଲା ରୁଜୁ ହୋଇ ଏସ୍‌ଆଇ ଜି. ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ପରେ ମଙ୍ଗରାଜଙ୍କ ସ୍ତ୍ରୀ ନିଜ ସ୍ୱାମୀଙ୍କ ସମ୍ମାନହାନୀକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହି ପରିପ୍ରେକ୍ଷୀରେ ଏକ ମାନହାନୀ ମକଦ୍ଦମା ଦାୟର କରିବେ ବୋଲି ଶୁଣିବାକୁ ମିଳିଛି।

ଅସଦାଚରଣ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.