ଚାନ୍ଦିପୁର ଘାଟିରୁ ଉନ୍ନତମାନର ମିଶାଇଲ ପରୀକ୍ଷା ପାଇଁ ବିସ୍ଥାପିତ ହେଉଛନ୍ତି ୪ଟି ପଞ୍ଚାୟତର ଲୋକ

Published: Dec 23, 2020, 12:48 pm IST

ବାଲେଶ୍ବର: ବାଲେଶ୍ଵର ଚାନ୍ଦିପୁର ଘାଟିରୁ ଉନ୍ନତମାନର ମିଶାଇଲ କୁଇକ ରେସ୍ପୋନ୍ସ ମିଶାଇଲ ସିଷ୍ଟମ‌ ପରୀକ୍ଷା ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଚାନ୍ଦିପୁର ଆଇଟିଆର କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏହି ମିଶାଇଲ ଉତ୍‌କ୍ଷେପଣ କରାଯିବ।

ସେଥିପାଇଁ ଡିଆରଡିଓ ପକ୍ଷରୁ ୩ ନମ୍ବର ଲଞ୍ଚ ପ୍ୟାଡ୍‌ ରେଞ୍ଜ ଭିତରେ ପ୍ରାୟ ଅଢେଇ କିଲୋମିଟର ଅଞ୍ଚଳରେ ବସତି ସ୍ଥାପନ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି। ୪ ଟି ପଞ୍ଚାୟତର ପ୍ରାୟ ୮୦୦୦ ଲୋକଙ୍କୁ ଅସ୍ଥାୟୀ ଭାବେ ବିସ୍ଥାପିତ କରାଯାଉଛି। ଲୋକଙ୍କ ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି।

ବାଲେଶ୍ୱର ଜିଲ୍ଲା ସଦର ତହସିଲଦାର ଓ ରେମୁଣା ତହସିଲଦାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିସ୍ଥାପିତ ହେଉଥିବା ପରିବାରକୁ କେନ୍ଦ୍ର ସରକାର ପକ୍ଷରୁ କ୍ଷତିପୂରଣ ପାଇଁ କିଛି ଆର୍ଥିକ ସହାୟତା ଦିଆଯାଉଥିବା କୁହାଯାଉଛି।

Related posts