ବ୍ରିଟେନ୍‌ରୁ ଭାରତକୁ ଫେରିଥିବା 5 କରୋନା ପଜିଟିଭ୍‌ ଆକ୍ରାନ୍ତ ଦିଲ୍ଲୀ ବିମାନ ବନ୍ଦରରୁ ଗାୟବ

Published: Dec 24, 2020, 11:39 am IST

ନୂଆଦିଲ୍ଲୀ : ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ଜଣାପଡିବା ପରେ ସାରା ଦୁନିଆରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କିନ୍ତୁ ଭାରତରେ ଏହାକୁ ନେଇ ଦାୟିତ୍ବହୀନତା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ଏସ୍‌ଓପି  ଜାରି କରିବା ପରେ ବି ବ୍ରିଟେନ୍‌ରୁ ଫେରିଥିବା ପାଞ୍ଚଜଣ ଯାତ୍ରୀ ଚକ୍‌ମା ଦେଇ ଦିଲ୍ଲୀ ଏୟାରପୋର୍ଟରୁ ଗାୟବ ହୋଇଯାଇଛନ୍ତି। ଅବଶ୍ୟ ଏହି ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣଙ୍କୁ ଟ୍ରେସ୍‌ କରାଯାଇ ତାଙ୍କୁ ଦିଲ୍ଲୀସ୍ଥିତ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଲୁଧିଆନା ଓ ଆଉ ଜଣେ ସଂକ୍ରମିତ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି । ଦୁହିଁଙ୍କୁ ବୁଧବାର ଦିନ ଚିହ୍ନଟ କରାଯାଇ କ୍ବାରେଣ୍ଟାଇନ୍‌ କରାଯାଇଛି ।

Related posts