ଗତ 24 ଘଣ୍ଟାରେ କେରଳରେ 6 ହଜାରରୁ ଉର୍ଦ୍ଧ୍ବ ନୂତନ କେସ୍‌

Published: Dec 24, 2020, 12:22 pm IST

କେରଳ : କେରଳରେ ଗତ 24 ଘଣ୍ଟା ମଧ୍ୟରେ 6ହଜାର 1698ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 21 ହଜାର 510ରେ ପହଞ୍ଚିଛି । ସେହିପରି 22ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା 2 ହଜାର 892ରେ ପହଞ୍ଚିଛି । ସ୍ବାସ୍ଥ୍ୟମନ୍ତ୍ରୀ କେ. ଶୈଳଜା ରାଜ୍ୟରେ ଅଚାନକ କରୋନା ମାମଲା ବୃଦ୍ଧିକୁ ନେଇ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆଶଙ୍କା କରିଛନ୍ତି ।

କେ. ଶୈଲଜା କହିଛନ୍ତି ଯେ, ନୂଆ ଷ୍ଟ୍ରେନ୍‌କୁ ନେଇ ଆଶଙ୍କା ରହିଥିବାବେଳେ ୟୁରୋପ, ଇଟାଲୀ, ୟୁକେରୁ ଆସୁଥିବା ଯାତ୍ରୀଙ୍କୁ କେରଳ ଏୟାରପୋର୍ଟରେ ଟେଷ୍ଟ କରାଯାଉଛି । ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ 62 ହଜାର 803 ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସଂକ୍ରମିତ ହୋଇଥିବା ମୋଟ୍‌ ଲୋକଙ୍କ ମଧ୍ୟରୁ 5 ହଜାର 349ଜଣ ସ୍ଥାନୀୟ ସ୍ତରରେ କରୋନାରେ ସଂକ୍ରମିତ ହୋଇଥିବାବେଳେ 62 ଜଣଙ୍କର ସଂକ୍ରମଣର ସ୍ତ୍ରୋତ ଜଣାପଡିନାହିଁ। ସେହିପରି ସଂକ୍ରମିତଙ୍କ ମଧ୍ୟରୁ 98 ଜଣ ରାଜ୍ୟ ବାହାରର । 60 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି । ଏର୍ଣ୍ଣାକୁଲମ୍‌ରେ ସବୁଠୁ ଅଧିକ 953ଜଣ କରୋନା ଆକ୍ରାନ୍ତ ରହିଛନ୍ତି । (ଏଜେନ୍ସି)

Related posts