ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୬ ଜଣ କରୋନା ଆକ୍ରାନ୍ତ

Published: Dec 25, 2020, 8:10 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୫୨, ଖୋର୍ଦ୍ଧାରୁ ୪୨, କେନ୍ଦ୍ରାପଡାରୁ ୩୩, କଟକରୁ ୨୭, ସମ୍ବଲପୁରରୁ ୨୬, ବଲାଙ୍ଗିରିରୁ ୨୪, , ଯାଜପୁରରୁ ୨୪, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮, ବରଗଡରୁ ୧୭, ଅନୁଗୁଳରୁ ୧୫, କେନ୍ଦୁଝରରୁ ୧୦, ଦେବଗଡରୁ ୯, ନବରଙ୍ଗପୁରରୁ ୯, ନୂଆପଡ଼ାରୁ ୮, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୬, କନ୍ଧମାଳରୁ ୬, ଜଗତସିଂହପୁରରୁ ୫, ରାୟଗଡାରୁ ୫, ଭଦ୍ରକରୁ ୪, ଗଞ୍ଜାମରୁ ୪, ମାଲକାନାଗିରିରୁ ୪, ନୟାଗଡରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କୋରାପୁଟରୁ ୧, ସୋନପୁରରୁ ଏବଂ ଷ୍ଟେଟପୁଲରୁ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୩ ହଜାର ୩୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୬୭ କୁ ବୃଦ୍ଧି ହୋଇଛି। ତେବେ ୨୫୮୩ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Related posts