ହାଇଓ୍ବା ଓ ବାଇକ୍‌ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରୁତର

Published: Dec 26, 2020, 2:07 pm IST

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ: ହାଇଓ୍ବା ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ହାଇଓ୍ବା ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ହାଇୱା ଟ୍ରକଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ରଂଗ ରୁଟ୍‌ରେ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ ଚାଳକ ନିଜ ପତ୍ନୀ ଓ ପୁଅ କୁ ନେଇକି ଆସୁଥିବା ବେଳେ ହାଇଓ୍ବା ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ ଟି ପୁଅର ଗୋଡ଼ରେ ଚଢ଼ି ଯିବାରୁ ସମ୍ପୂର୍ଣ୍ଣ ପାଦ ଖଣ୍ଡ ବିଖଣ୍ଡ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଯୁବକ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଅର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଅପରପକ୍ଷେ ଟ୍ରକ ଡ୍ରାଇଭରଜଣକ ଦୁର୍ଘଟଣାସ୍ଥଳରୁ ଫେରାର୍‌ ହେଉଥିବାବେଳେ ଗ୍ରାମବାସୀ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି। ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ହାଇୱା ଓ ବାଇକଟିକୁ ଜବତ କରି ତଦନ୍ତ ଚଳାଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ବାଇକ ଚାଳକ ପ୍ରଫୁଲ୍ଲ ରାଉତ ବୟସ( ୪୫)ପତ୍ନୀ ପ୍ରମିଳା ରାଉତ ବୟସ (୩୫)ଓ ପୁଅ ଗଣେଶ ରାଉତ ବୟସ(୧୧)ଘର ନୟାଗଡ଼ ଜିଲ୍ଲା ବାଉଁଶଗଡ଼ ବୋଲି ଜଣାପଡିଛି।

Related posts