ଏନଡିଏର ହାତ ଛାଡିଲା ଆଉ ଏକ ସହଯୋଗୀ ଦଳ

Published: Dec 26, 2020, 6:29 pm IST

ନୂଆଦିଲ୍ଲୀ : କୃଷି ବିଲ୍‌କୁ ବିରୋଧ କରି ରାଜରାସ୍ତାରେ ଚାଷୀ ଓ ବିରୋଧୀ ବସିଥିବାବେଳେ ଏହି ଆଇନ୍‌କୁ ବିରୋଧ କରି ଏନଡିଏର ସହଯୋଗୀ ଦଳମାନେ ହାତ ଛାଡୁଛନ୍ତି । ପ୍ରଥମେ କୃଷି ବିଲ୍‌କୁ ବିରୋଧ କରି ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହେବା ପରେ ଆଜି ଆରଏଲ୍‌ପି ଏନଡିଏ ସହ ସମ୍ପର୍କ ଛିନ୍ନ କରିଛି ।

ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲ୍‌ପି)ର ରାଷ୍ଟ୍ରୀୟ ସଂଯୋଜକ ହନୁମାନ ବେନିଓ୍ବାଲ୍‌ ଆଜି ଏନ୍‌ଡିଏ  ସହ ସମ୍ପର୍କ ଛିିନ୍ନ କରିବାର ଘୋଷଣା କରିଛନ୍ତି । ପୂର୍ବରୁ ଏହି ବିଲ୍‌କୁ ବିରୋଧ କରି ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହୋଇଥିଲା ।

ଅପରପକ୍ଷରେ ବିଜେପି କୃଷି ଆଇନ ପ୍ରସଙ୍ଗକୁ ନେଇ ଚାଷୀଙ୍କୁ ବୁଝାଇବାରେ ଲାଗିପଡିଛି । ଆସନ୍ତା 29 ତାରିଖ ଦିନ 11ଟାରେ କୃଷି ବିଲକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ପୁନଶ୍ଚ ଆଲୋଚନା ନେଇ ପ୍ରସ୍ତାବ ରହିଛି । (ଏଜେନ୍ସି)

Related posts