
ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ବସ୍ତା ବିଧାୟକ ଓ ମନ୍ତ୍ରୀ ରଘୁନାଥ ମହାନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସରେ ନବୀନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଟିକେଟ ମିଳିବା ପ୍ରସଙ୍ଗ ଉପରେ ମତ ଦେଇ ରଘୁ ମହାନ୍ତି କହିଛନ୍ତି ଯେ, ଏହା ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ତେବେ ସେ ବିଜେଡ଼ିରେ ରହିଛନ୍ତି ଓ ଦଳ ପାଇଁ କାମ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।