
ଭୁବନେଶ୍ବର, ରାଜ୍ୟସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶତାଧିକ କଂଗ୍ରେସ ଓ ବିଜେଡି ଯୁବନେତା ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ୟୁନିଟ-୯ ଅଂଚଳର ବିଜୁଯୁବ ଜନତା ଦଳର ଉପସଭାପତି ମାନସ ପଟ୍ଟନାୟକ, ଅର୍ଜ୍ଜୁନ ମଲ୍ଲିକ, ମମତା ମଲ୍ଲିକ, ଲକ୍ଷ୍ମୀସାଗର ଅଂଚଳର ରାଜେନ୍ଦ୍ର ପ୍ରସାଦ ତିୱାରୀ, ରସୁଲଗଡର ଯୁବ ନେତା ପବିତ୍ର କୁମାର ଜେନା,ବିକ୍ରମ ବଳିଆରସିଂହ, ଚିନ୍ତାମଣିଶ୍ୱରର ଡ.ପି.ସି. ସାହୁ, ବୁଦ୍ଧେଶ୍ୱରୀ ଅଂଚଳର ପର୍ଶୁରାମ ଜେନା, ସୁଚରିତା ଜେନାମଣି, ଇତିଶ୍ରୀ ସାହୁ, ସାହାଜାନ ଖାନ୍, ପ୍ରିୟଙ୍କା ଛୋଟରାୟଙ୍କ ସମେତ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ଯୁବନେତା,ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ନାଗରିକମାନେ ବିଜେପିରେ ସାମିଲ ହୋଇଛନ୍ତି।
ଏହି ମିଶ୍ରଣ ପର୍ବରେରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
Tags: ବିଜେପିର ମିଶ୍ରଣ ପର୍ବ