Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି
ଆଜିର ଖବର

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି
‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଦୁଇ ଦିନିଆ ‘ ରାଜ୍ୟ ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ’ ୨୦୨୬ ଆରମ୍ଭ ହୋଇଛି। ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ଯୁବକମାନଙ୍କୁ ସାମିଲ କରିବା ଏବଂ ସେମାନଙ୍କ ନେତୃତ୍ୱ ଦକ୍ଷତାର ବିକାଶ ପାଇଁ ଏହି ଭବ୍ୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ପ୍ରାୟ ୩,୭୬୪ ଜଣ ଯୁବ ପ୍ରତିଯୋଗୀଙ୍କ ମଧ୍ୟରୁ ମନୋନୀତ ହୋଇଥିବା ୧୫୦ ଜଣ ଶ୍ରେଷ୍ଠ ଯୁବ ପ୍ରତିନିଧି ଏହି ରାଜ୍ୟ ସ୍ତରୀୟ ଅଧିବେଶନରେ ଭାଗ ନେଇଛନ୍ତି। ଏହି ପ୍ରତିଯୋଗୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୯୦ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୬୦. ଅର୍ଥାତ ପୁରୁଷଙ୍କ ତୁଳନାରେ ଅଧିକ ମହିଳ ପ୍ରତିଯୋଗୀ ରହୁଛନ୍ତି. ଏହା ଏକ ସକାରାତ୍ମକ ଦିଗକୁ ପ୍ରତିବିମ୍ବିତ କରୁଛି।

ସେହିପରି ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ଏକ ନୂତନ ଦିଶା ଦେବା ସହ ଏକ ଦାୟିତ୍ୱବାନ ଏବଂ ରାଷ୍ଟ୍ରପ୍ରେମୀ ପିଢ଼ି ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

ରାଜ୍ୟର ମାଇ ଭାରତ, ଜାତୀୟ ସେବା ଯୋଜନା, କ୍ରୀଡ଼ା ଓ ଯୁବସେବା ବିଭାଗ ଏହି ଉତ୍ସବ ଆୟୋଜନ କରିଛନ୍ତି.
ଏହି ବର୍ଷର ଯୁବ ସଂସଦର ମୁଖ୍ୟ ବିଷୟବସ୍ତୁ ରହିଛି — “କେନ୍ଦ୍ରୀୟ ବଜେଟ୍ ୨୦୨୬ – ଯୁବ ଶକ୍ତି: ବିକଶିତ ଭାରତ ୨୦୪୭ ଅଭିମୁଖେ ବଜେଟ୍”। ୧୮ ରୁ ୨୫ ବର୍ଷ ବୟସ୍କ ଏହି ଯୁବକମାନେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ନିଜର ମତ ଉପସ୍ଥାପନ କରୁଛନ୍ତି। ଦେଶର ଅର୍ଥନୈତିକ ପ୍ରଗତି, ମାନବ ସମ୍ବଳ ବିକାଶ ଏବଂ ଅନ୍ତର୍ଭୁକ୍ତୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ଯୁବ ପ୍ରତିନିଧିମାନେ ଶାଣିତ ଯୁକ୍ତି ବାଢୁଛନ୍ତି।

‘ଜାତୀୟ ଯୁବ ସଂସଦ ମହୋତ୍ସବ’ ଭାବେ ୨୦୧୯ରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ@୨୦୪୭’ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଯୁବକମାନଙ୍କ ମଧ୍ୟରେ ନୀତି ନିର୍ଦ୍ଧାରଣ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ।
ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହେବାକୁ ଥିବା ୩ ଜଣ ବିଜେତା ପ୍ରତିଯୋଗୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ‘ଜାତୀୟ ସ୍ତରୀୟ ଯୁବ ସଂସଦ’ରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।

କଳିଙ୍ଗ ଷ୍ଟାଡିୟମ ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.