ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୧୯ ଜଣ କରୋନା ଆକ୍ରାନ୍ତ

Published: Dec 27, 2020, 7:41 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୪, ସୁନ୍ଦରଗଡରୁ ୩୫, ବାଲେଶ୍ବରରୁ ୩୫, ଅନୁଗୁଳରୁ ୩୪, କଟକରୁ ୨୯, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୭, କେନ୍ଦୁଝରରୁ ୧୨, ଝାରସୁଗୁଡାରୁ ୧୧, କେନ୍ଦ୍ରାପଡାରୁ ୧୧, ବଲାଙ୍ଗିରିରୁ ୧୦, ଯାଜପୁରରୁ ୯, ବରଗଡରୁ ୮, ନୂଆପଡ଼ାରୁ ୬, ଜଗତସିଂହପୁରରୁ ୫, କଳାହାଣ୍ଡିରୁ ୪, କୋରାପୁଟରୁ ୪, ନବରଙ୍ଗପୁରରୁ ୩, ବୌଦ୍ଧରୁ ୩, ନୟାଗଡରୁ ୩, ଗଜପତିରୁ ୨, ଭଦ୍ରକରୁ ୧, ପୁରୀରୁ ୧, ସୋନପୁରରୁ ୧, ଦେବଗଡରୁ ୧, ଏବଂ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୪ ହଜାର ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ହଜାର ୫୦୪ କୁ ବୃଦ୍ଧି ହୋଇଛି। ତେବେ ୨୫୨୬ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୬୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts