Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଓଡିଶା ଅଭିଭାବକ ମହାସଂଘର ଦାବି
ଆଜିର ଖବର

ବାଣପୁର: ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଓଡିଶା ଅଭିଭାବକ ମହାସଂଘର ଦାବି

December 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ୧୫  ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ ରୁ ଉର୍ଦ୍ଧ୍ଵ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ମାନିନେବା ପାଇଁ  ଓଡିଶା ଅଭିଭାବକ ମହାସଂଘ ସାରା ଓଡ଼ିଶାରେ ଦାବି କରୁଛି।

ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ରାଜ୍ୟ କମିଟି ସଦସ୍ୟ ଲଲାଟେନ୍ଦୁ ଶତପଥୀ ଏବଂ କୃତାର୍ଥ ସାହୁ ଆଜି ବାଣପୁର ଓ ଚିଲିକା ଆସି ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ସହ ସ୍କୁଲ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ  ବନ୍ଦ ହେଉଥିବା ବାଣପୁରର ବିଭିନ୍ନ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ସାମ୍ବାଦିକ ସମ୍ମିଳନୀରେ ସର୍ବଦଳୀୟ ବୈଠକର ହୋଇଥିବା ଦାବିକୁ ଦୋହରେଇଛନ୍ତି।

ସରକାର ଓ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ ମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏକ ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ଏହି ପ୍ରତିନିଧିଦଳ ଦାବି କରିଛନ୍ତି।

ଦାବିଗୁଡିକ ହେଲା:

୧) ସର୍ବ ଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଉ।

୨) ପ୍ରାୟ ୮୦୦୦ – ୧୦୦୦୦  ନକଲି ଵା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଏଫ.ଆଇ.ଆର ଦିଆଯାଇ ଗିରଫ କରାଯାଉ। ଯଦ୍ୱାରା  ଆଉ ନୂଆ ସ୍କୁଲ ବେଆଇନ ଭାବେ ଖୋଲି ପାରିବ ନାହିଁ।

୩) ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟିକୁ ପୁନଃ ଗଠନ କରାଯାଇ ସଂସଦ, ବିଧାୟକ, ପଂଚାୟତି ରାଜ ନିର୍ବାଚିତ ଜନ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଘ ମାନଙ୍କୁ ନିଆଯାଉ।

୪) ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକ ମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କାମ କରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ। ସ୍କୁଲ ବନ୍ଦର କାରଣ ଖୋଜିବା ସହ ଏକ ସଂପୂର୍ଣ୍ଣ  ରିପୋର୍ଟ ଜନସାଧାରଣଙ୍କୁ ଜଣାଯାଉ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରତିନିଧି ଦଳ ସ୍କୁଲ ବନ୍ଦ ହେବାକୁ ଥିବା ଅଞ୍ଚଳଗୁଡିକି  ଗସ୍ତ କରି ଏହା ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ। ଏହି ସ୍କୁଲ ଗୁଡିକ ବନ୍ଦ ହେଲେ ପିଲାମାନେ ଦୂର ସ୍କୁଲକୁ ନ ଯାଇ ପାଠ ପଢ଼ା ଛାଡ଼ିଦେବେ ବୋଲି ଆଶଙ୍କା କରିଥିଲେ। ସ୍କୁଲ ଅନୁଧ୍ୟାନ ବେଳେ ଜଣାପଡିଲା କି, ପ୍ରାୟତଃ ଅଭିଭାବକ ଓ ଏସଏମସି ସହ ଆଲୋଚନା ହୋଇନି, ବହୁ ଅଂଚଳରେ ଚାରିରୁ ପାଞ୍ଚ କିମି ଦୂର ସ୍କୁଲ ଯାଇଥିବାରୁ, ଆଦିବାସୀ ଓ ହରିଜନ ବହୁଳ ଅଂଚଳ, ଅନେକ ବ୍ୟସ୍ତ ବହୁଳ, ଭାରୀଯାନ ଚାଲୁଥିବା  ରାସ୍ତା ଅତିକ୍ରମଣ, ଜମି ଗହୀର ରାସ୍ତା, ଜଙ୍ଗଲ ଅଂଚଳ ଆଦି ଅନେକ ସମସ୍ୟା ସହ ସ୍କୁଲରେ ମିଶ୍ରଣକୁ ଗ୍ରାମବାସି ମାନେ ବିରୋଧ କରୁଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷଙ୍କ ସହିତ ସହ ରାଜ୍ୟ କମିଟି ସଦସ୍ୟ ଲଲାଟେନ୍ଦୁ ଶତପଥୀ, କୁର୍ତାର୍ଥ ସାହୁ, ଶରତ ମହାପାତ୍ର, ମନୋଜ କୁମାର ଜେନା, ବବିନା ତ୍ରିପାଠୀ, ରୀନା ଶ୍ରୀଚନ୍ଦନ, କବିତାରାଣୀ ମହାପାତ୍ର, ଗୀତାଞ୍ଜଳି ମହାପାତ୍ର, କଳ୍ପନା ମହାରଣା, ସବିତା ଦାଶ, ମଧୁସ୍ମିତା ସାହୁ, ପ୍ରଭାତୀ ଦେବୀ, ପ୍ରମୋଦିନି ସାହୁ ଏବଂ  ସ୍ଵପ୍ନରଣୀ ଦାଶ ପ୍ରମୁଖ  ଉପସ୍ଥିତ ଥିଲେ।

ବାଣପୁର ସ୍କୁଲ ବନ୍ଦ ନିଷ୍ପତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026
Latest News

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.