
ଭୁବନେଶ୍ବର, ସୋମବାର ଅପରାହ୍ନ 5ଟା 30ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ଏ ନେଇ ମନ୍ତ୍ରୀମାନଙ୍କୁ ଅବଗତ କରାଯାଇଛି। ସଚିବାଳୟରେ କେତେକ ମନ୍ତ୍ରୀ ଯୋଗଦେବାର ବ୍ୟବସ୍ଥା କରାଯାଇଛି। ସେହିପରି କେତେକ ମନ୍ତ୍ରୀ ଜିଲ୍ଲାପାଳଙ୍କ ଅଫିସରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ତେବେ ଏହି ବୈଠକରେ ସାତୋଟି ପ୍ରସଂଗରେ ଆଲୋଚନା ହେବାର ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ବଡ ନିଷ୍ପତି ନିଆଯିବ। ସେହିପରି ସମବାୟ ବିଭାଗର ମଧ୍ୟ ଏକ ନିଷ୍ପତିର କ୍ୟାବିନେଟ ମୋହର ବାଜିବ।