Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କ୍ୟାବିନେଟ ନିଷ୍ପତି: ଓଡିଶା ସିଭିଲ ସେବା ପରୀକ୍ଷା ବୟସ ବଢିଲା, ଆସିବ ୨୦୦ଟି ଇଲେଟ୍ରିକ ବସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍‌ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି।

ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ପରୀକ୍ଷା ଦେଇପାରିବେ।ସେହିପରି ଅନ୍ୟ ଯେଉଁ ସବୁ ନିଷ୍ପତି ଗ୍ରହଣ କରାଯାଇଛି ତାହା ହେଲା

୧- ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର।ଭୁବନେଶ୍ବର ନିକଟରେ ୫ ଏକର ଜମି ବିନା ପ୍ରିୟମିୟମରେ ଦିଆଯିବ।

୨- ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହି ବସ୍ ଗୁଡିକ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ଗଡିବ।

୪- ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି।

୫-ଏଥି ସହିତ ସହରାଞ୍ଚଳରେ ଏଲଇଡି ଲାଇଟ୍ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନରେ ​​ଜିତିଥିବା ବିଜେପି ସାଂସଦମାନେ ଦେଲେ ଇସ୍ତଫା, ରାଜ୍ୟ କ୍ୟାବିନେଟରେ ହେବେ କି ସାମିଲ?

ନୂଆଦିଲ୍ଲୀ: ନିକଟରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନେକ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ଏଥିମଧ୍ୟରୁ ୧୨ ଜଣ ସାଂସଦ ବିଜୟ ପଞ୍ଜିକରଣ କରିଛନ୍ତି। ଏହି ସାଂସଦମାନଙ୍କ ମଧ୍ୟରୁ ୧୦ ଜଣ ଆଜି ସେମାନଙ୍କ ସଂସଦୀୟ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାବେଳେ ଦୁଇ ସାଂସଦ ପରେ ଇସ୍ତଫା ଦେବେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇ ସାଂସଦ ବାଳକନାଥ ଏବଂ ରେଣୁକା ସିଂ ଏପର୍ଯ୍ୟନ୍ତ ସେମାନଙ୍କ ସାଂସଦ ପଦରୁ ଇସ୍ତଫା ଦେଇନାହାଁନ୍ତି। ସେମାନେ ଶୀଘ୍ର ଇସ୍ତଫା ଦେବେ। ଯେଉଁମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାର ଏବଂ ପ୍ରହ୍ଲାଦ ପଟେଲ ଅଛନ୍ତି, ଯେଉଁମାନେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଅଟନ୍ତି।

ଏହି ସମୟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ସମସ୍ତ ବିଜେତା ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ।

କେନ୍ଦ୍ର ମନ୍ତ୍ରୀ ସାଂସଦ ରହିବେ କି?:

ଏଭଳି ପରିସ୍ଥିତିରେ ସଂସଦ ପଦରୁ ଇସ୍ତଫା ଦେଇଥିବା କେନ୍ଦ୍ର ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀ ପଦରେ ଜାରି ରଖିବେ କି? ସୂଚନାଯୋଗ୍ୟ ଯେ ଲୋକସଭାରୁ ଇସ୍ତଫା ଦେବା ପରେ ସମସ୍ତ ତିନି କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ସେମାନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ତାଙ୍କ ଇସ୍ତଫା ପରେ କେନ୍ଦ୍ର କ୍ୟାବିନେଟରେ ୩ ମନ୍ତ୍ରୀଙ୍କ ହ୍ରାସ ଘଟିବ।

ସେପଟେ ମଧ୍ୟପ୍ରଦେଶର ନରସିଂହପୁରରୁ ବିଧାୟକ ନିର୍ବାଚନରେ ​​ବିଜୟୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ, ସେ ଖୁବ ଶୀଘ୍ର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ମଧ୍ୟ ଲୋକସଭାରୁ ଇସ୍ତଫା ଦେଇଛନ୍ତି।

ନିର୍ବାଚନରେ ​​ଜିତିଥିବା ସାଂସଦମାନେ:

ପ୍ରକାଶ ଯୋଗ୍ୟ ଯେ, ମଧ୍ୟପ୍ରଦେଶ ନିର୍ବାଚନରେ ​​ଜିତିଥିବା ସାଂସଦମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମର୍, ପ୍ରହ୍ଲାଦ ପଟେଲ, ଉଦୟ ପ୍ରତାପ ସିଂ, ରିତି ପାଠକ୍ ଏବଂ ରାକେଶ ସିଂଙ୍କ ନାମ ଅନ୍ତର୍ଭୁକ୍ତ। ଏଥି ସହ ରାଜସ୍ଥାନ ସାଂସଦ ରାଜବର୍ଦ୍ଧନ ରାଠୋର, ଦିୟା କୁମାରୀ, ବାଲକ ନାଥ ଏବଂ ରାଜ୍ୟସଭା ସାଂସଦ କିରୋଡି ଲାଲ ମୀନା ନିର୍ବାଚନରେ ​​ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଛତିଶଗଡର ଦୁଇ ସାଂସଦ ଅରୁଣ ସାଓ ଏବଂ ଗୋମତି ସାଇ ଇସ୍ତଫା ଦେଇଛନ୍ତି।

ସାଂସଦ ଯିଏ ରାଜସ୍ଥାନରୁ ଇସ୍ତଫା ଦେଇଛନ୍ତି:

ରାଜବର୍ଦ୍ଧନ ସିଂ ରାଠୋର
ଦିୟା କୁମାରୀ
କିରୋଡ଼ି ଲାଲ ମୀନା

ମଧ୍ୟପ୍ରଦେଶରୁ ଇସ୍ତଫା ଦେଇଥିବା ସାଂସଦ:

ନରେନ୍ଦ୍ର ସିଂ ତୋମାର
ପ୍ରହ୍ଲାଦ ପଟେଲ
ରାକେଶ ସିଂ
ଉଦୟ ପ୍ରତାପ ସିଂ
ରିତି ପାଠକ୍

ଛତିଶଗଡରୁ ଇସ୍ତଫା ଦେଇଥିବା ସାଂସଦ:

ଅରୁଣ ସାଓ
ଗୋମତି ସାଇ

Categories
ବିଶେଷ ଖବର

ରାଜ୍ୟ କ୍ୟାବିନେଟରେ କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ

ଭୁବନେଶ୍ଵର: କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ଜନପ୍ରତିନିଧି ନବୀନ ନିବାସ ଠାରେ ଉପସ୍ଥିତ ହୋଇ କୃତଜ୍ଞତା ଜଣାଇଥିଲେ।

କୁଇ ଭାଷା ସାହିତ୍ୟ ସମିତି, ଓଡ଼ିଶାର ସଭାପତି ଦୀନବନ୍ଧୁ କହଁର, ସମ୍ପାଦକ ଡା ନିରଦ ଚନ୍ଦ୍ର କହଁର, ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, ଘୁ. ଉଦୟଗିରି ପ୍ରତିନିଧି ବୀରେନ୍ଦ୍ର ପ୍ରଧାନ, ନରୋତ୍ତମ ପ୍ରଧାନ, କୁଇ ସମାଜ ସେବା ସମିତି, ଫୁଲବାଣୀର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କୁମାର କହଁର, କୁଇ କୂଳ ସମିତି, ବାଲିଗୁଡା ସଭାପତି ମନୋଜ ମଲ୍ଲିକ, କୁଇ ଯୁବ ପରିଷଦର ସଭାପତି ଦେବାଶିଷ କହଁର, ଭାବୀନ୍ଦ୍ର କହଁର, ରାୟଗଡା ଜିଲ୍ଲା ପ୍ରତିନିଧି ବିଜୟ କୁମାର ମେଲକା, ଆଦିବାସୀ ଭାଷା ଓ ସଂସ୍କୃତି, ଓଡ଼ିଶା ସଦସ୍ୟ ମେଦିନୀଧର ଯାନୀ, କୋରାପୁଟ ପ୍ରତିନିଧି ଈଶ୍ବର ମିନିଆକା, ବୁଲୁ ହିକକା, ମାଲକାନଗିରି ଜିଲ୍ଲାର ଗୋପି ପାଙ୍ଗୀ, ହରିବନ୍ଧୁ ଗୋଲାରି, ଆଦିବାସୀ ଉନୟନ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳ ଅଧ୍ୟକ୍ଷ ରଦନ ମଲ୍ଲିକ, ଉପାଧ୍ୟକ୍ଷା ନଳିନୀ କହଁର, କନ୍ଧମାଳ ଜିଲ୍ଲାର ମାନ୍ୟବର ବିଧାୟକ ଅଙ୍ଗଦ କହଁର, ଚକ୍ରମଣି କହଁର, ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବିଭିନ୍ନ ବ୍ଳକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଅନିମା କହଁର, ସସ୍ମିତା କହଁର, ଦିଲ୍ଲୀପ କହଁର, ପ୍ରିତମ ପ୍ରଧାନ, ବୈନେତ୍ରୀ କହ୍ନର, ବାସନ୍ତୀ ମାଝୀ, ସୁଷମା ପ୍ରଧାନ, ସୁଶାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜୟଶ୍ରୀ କହ୍ନର, ରଞ୍ଜନ ପ୍ରଧାନ, ଲିଲିମା ପ୍ରଧାନ, ନମିତା କହ୍ନର, ମମତାରାଣୀ କହ୍ନର ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳ ଲୋକସଭା ସାଂସଦ ଡା. ଅଚ୍ୟୁତ ସାମନ୍ତ ଓ ବିହନ ନିଗମ, ଓଡ଼ିଶା ଅଧ୍ୟକ୍ଷ ବିଜୟ କୁମାର ନାୟକ ଉପସ୍ଥିତ ରହି ସମସ୍ତ ଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ବରିଷ୍ଠ ଜନପ୍ରତିନିଧି ଲାଲନନ୍ଦ ପ୍ରଧାନ, ବିଷ୍ଣୁ ମଲ୍ଲିକ,ଷ୍ଟିପେନ ପ୍ରଧାନ, ସୁଶାନ୍ତ କହ୍ନର, କୁମୁଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ୧୯ଟି ପ୍ରସ୍ତାବକୁ ମଂଜୁରୀ, ସବୁ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ଏଥିରେ ‘ନୂତନ ଉନ୍ନତ ଅଭିଳାଷ’ ବା ନୁଆଁ ଓଡ଼ିଶା ଯୋଜନାକୁ ବୈଠକରେ ମଂଜୁରୀ ମିଳିଛି।

ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ କରାଯିବ ଦକ୍ଷ। ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ , ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ।

ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷା ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ ଇ ପାଠ୍ୟକ୍ରମ ରଖାଯିବ। ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ।

ସେହିପରି ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ। ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ। ଏହା ପାଇଁ ୪୮ ଦଶମିକ ୮୪୨ ଏକର ଜମି ପ୍ରଦାନ କରିବେ ସରକାର। ଏହାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ।ସେଥିପାଇଁ କ୍ୟାବିନେଟ ଅନୁମତି ପ୍ରଦାନ କରିଛନ୍ତି।

ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ। ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଂଜୁର କରାଯାଇଛି। ସେହିପରି ସବୁ ପଞ୍ଚାୟତରେ କିପରି ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା ହୋଇଛି। ଏଥିରେ ଯେଉଁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ନାହିଁ ସେଠାରେ CSC ବ୍ୟାଙ୍କ ପ୍ଲସ ସୁବିଧା ମାଧ୍ୟମରେ ଏହି ସେବା ଯୋଗାଇବାକୁ ନିଷ୍ପତି ହୋଇଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ନିର୍ବାଚନୀ ଥୋପ, ଲାଗୁ ହେଲା ‘ମିଶନ ଶକ୍ତି ସ୍କୁଟର ଯୋଜନା’, ମିଳିବ ବିନା ସୁଧରେ ଲକ୍ଷେ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି। ନିକଟରେ ସେ ସେହିପରି ବିଭିନ୍ନ ଯୋଜନା କରି କ୍ୟାବିନେଟରେ ପାଶ କରାଇଛନ୍ତି। ଏବେ ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କରିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା।

ଆଜି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ। ଏଥିରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ। ଅର୍ଥାତ ମିଶନ ଶକ୍ତି ମହିଳାମାନେ ବିନା ସୁଧରେ ଏହି ଋଣ ପାଇପାରିବେ।

ଏହି ଯୋଜନା ଦ୍ବାରା ମିଶନ ଶକ୍ତି ମହିଳା, ଏସଏଚଜି ମହାସଂଘ, କମ୍ୟୁନିଟ ସପୋର୍ଟ ଷ୍ଟାଫମାନେ ଯାତାୟତ କରିବାରେ ସୁବିଧା ହେବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୫୨୮.୫୫ କୋଟି ଟଙ୍କାର ବଜେଟ ଆକଳନ କରିଛନ୍ତି। ଏହି ବଜେଟକୁ ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସହିତ ୧୭ଟି ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଥିମଧ୍ୟରେ ରହିଛି କୃଷି ବିଭାଗ, ସମବାୟ ବିଭାଗ ଏବଂ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁର କରିଛନ୍ତି। ରାଜ୍ୟରେ କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିରେ ରହିଛି ରାଜ୍ୟରେ ୧୧ ଟି କଂପ୍ରହନସିଭ କ୍ୟାନେସର ୟୁନିଟ ସ୍ଥାପନ କରାଯିବ।

ଏହି ଯୋଜନା ପାଇଁ ୧୦୦୧. ୧୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହି ଯୋଜନା ଅଟକଳକୁ ଆଜି ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ, ଜାପାନରୁ ବୈଠକରେ ଯୋଗ ଦେବେ ନବୀନ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଦିନ ୧ଟା ୩୦ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ ନିଷ୍ପତି ନିଆଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ଥିବାରୁ ସେଠାରୁ ଭର୍ଚ୍ଚୁଆଲ ମୋଡରେ ଯୋଗଦେଇ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ରାଜ୍ୟରେ ପୁଞ୍ଜିନିବେଶ ନେଇ କିଛି କମ୍ପାନୀର ଆବେଦନକୁ ମଞ୍ଜୁରୀ, କିଛି ନୀତିଗତ ନିଷ୍ପତ୍ତି ଉପରେ ବାଜିପାରେ କ୍ୟାବିନେଟ୍‌ ମୋହର।

Categories
ବିଶେଷ ଖବର

BIG BREAKING: ଆଜି ସନ୍ଧ୍ୟା ୬ଟା ୩୦ ରେ ମୁଖ୍ୟମନ୍ତ୍ରୀ କରିବେ ବଡ ଘୋଷଣା

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିବେ ବୋଲି ଜଣାପଡିଛି।

ଆଜି ଏହି କ୍ୟାବିନେଟ ବୈଠକରେ ଦଶଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ଅଛି। ଏଥିରେ ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ ଏବଂ ବୈଷୟିକ ଶିକ୍ଷା ବିଭାଗର କେତେକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବ। ତେବେ ମୁଖ୍ୟମନ୍ତ୍ରୀ କ’ଣ ଘୋଷଣା କରିବେ, ସେନେଇ କୌଣସି ଘୋଷଣା କରାଯାଇନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ନିଆଯିବ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି

ଭୁବନେଶ୍ବର: ଆଜି ଅପରାହ୍ନରେ ବସୁଛି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନେଇ ଏହି ବୈଠକ କରାଯିବ। ତେବେ ଏହି ବୈଠକରେ ଦଶଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି।

ଏହି ବୈଠକରେ ମୁଖ୍ୟତଃ ଗ୍ରାମ୍ୟ ଉନ୍ନୟନ ସହିତ ବୈଷୟିକ ଶିକ୍ଷା ଉପରେ କିଛି ବଡ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଗତମାସରେ ମଧ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ନିଆଯାଇପାରେ ବଡ ନିଷ୍ପତି

ଭୁବନେଶ୍ବର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନରେ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ଭଚ୍ୟୁୟାଲ ମାଧ୍ୟମରେ ଯୋଗଦେବେ। ଏହି ବୈଠକରେ ୨୦ଟି ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ।

ତେବେ ଆସନ୍ତା ମଇ 29 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେବ। ସେଥିପାଇଁ ଏହି କ୍ୟାବିନେଟରେ କୌଣସି ଏକ ବଡ ନିଷ୍ପତି ଗ୍ରହଣ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ବସିବ ନୂଆ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ, ହୋଇପାରେ ବଡ ଘୋଷଣା

ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ନୂଆ ବର୍ଷର ଏହା ହେଉଛି ପ୍ରଥମ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଦିନ 11ଟା 45 ରେ ବସିବ। କରୋନା ପାଇଁ ଏହି ବୈଠକ ଭର୍ଚ୍ୟୁୟାଲ ମୋଡରେ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବସି ଏହାର ଅଧ୍ୟକ୍ଷତା କରିବେ।

ତେବେ ଏହି କ୍ୟାବିନେଟ ବୈଠକରେ କଣ ପ୍ରସ୍ତାବ ରହିଛି ତାହା ଜଣାପଡି ନାହିଁ। ହେଲେ ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥର କ୍ୟାବିନେଟରେ ଏକ ବଡ ନିଷ୍ପତି ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ବୈଠକରେ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କେତେକ ପ୍ରସ୍ତାବ ପାରିତ ହେବାର ଅଛି। ବର୍ତ୍ତମାନ ରାଜ୍ୟ ସରକାର ଲଗାତର ଭାବେ ତିନୋଟି କ୍ୟାବିନେଟ ବୈଠକ କରିସାରିଲେଣି।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ କଲେଜ, ସ୍କୁଲର ଯୋଗ୍ୟ ଶିକ୍ଷକଙ୍କୁ ଦିଆଯିବ ସରକାରୀ ଅନୁଦାନ; ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତି

ଭୁବନେଶ୍ୱର: ଆଜି ବର୍ଷ ଶେଷରେ ରାଜ୍ୟ ସରକାର କ୍ୟାବିନେଟ ବୈଠକ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନଅ ଟି ପ୍ରମୁଖ ବିଷୟରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ଗୃହ ଏବଂ ସହରାଞ୍ଚଳର ବିକାଶ ଏବଂ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର 9 ଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ନୂତନ ସହାୟତା ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଂସ୍କୃତ ଟୋଲ୍, ମାଦ୍ରାସା ଏବଂ ପୂର୍ବ ଜୁନିଅର କଲେଜଗୁଡିକ ସହିତ ଅଣ-ସରକାରୀ ମହାବିଦ୍ୟାଳୟର ଯୋଗ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି।

ଏହି ଅନୁଷ୍ଠାନଗୁଡିକର ଯୋଗ୍ୟ କର୍ମଚାରୀମାନେ ନୂତନ ବର୍ଷର 2022 ଦିନ ଠାରୁ ଓଡ଼ିଶାର ସଂଶୋଧିତ ବେତନ ନିୟମାବଳୀ 2017 ଅନୁଯାୟୀ ପ୍ରକୃତ ସଂଶୋଧିତ ଅନୁଦାନ ପାଇବେ। ଏହା ଫଳରେ ରାଜ୍ୟ ସରକାର ଅଧିକ 292 କୋଟି ଟଙ୍କା ପ୍ରତି ବର୍ଷ ଆର୍ଥିକ ବୋଝ ସମ୍ଭାଳିବେ। ଅନୁଦାନ-ସହାୟତା ଓଡିଶା ସରକାରୀ କଲେଜ ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ-ଷ୍ଟୋର ରକ୍ଷକ, ଲାଇବ୍ରେରିଆନ ଏବଂ ପେଟିଏମ ନିଯୁକ୍ତି ଏବଂ ସେବା ନିୟମର ସର୍ତ୍ତ ପାଇଁ କ୍ୟାବିନେଟ ମଧ୍ୟ ସଂଶୋଧନ କରିଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡ଼ିକରେ ଓଡ଼ିଶାର ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟର ସଂଶୋଧନ ପାଇଁ ପ୍ରସ୍ତାବ ପାରିତ ହୋଇଛି। ଯେଉଁଥିରେ ବସ୍ତିର ବିକାଶ ତଥା ଅପ-ଗ୍ରେଡେସନ୍ ପାଇଁ ଥିବା ସମ୍ପତ୍ତି ଅଧିକାରକୁ ଜମି ଅଧିକାର ନ୍ୟସ୍ତ କରାଯାଇଛି। ଓଡିଶା, ଗ୍ରାମ ପଞ୍ଚାୟତ ଅଧିନିୟମ, ପଞ୍ଚାୟତ ସମିତି ଅଧିନିୟମ ଏବଂ ଜିଲ୍ଲା ପରିଷଦ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି।

ସେହିପରି ବିପର୍ଯ୍ୟୟ ପରିଚାଳନା ପଞ୍ଚାୟତିରାଜ ସଂସ୍ଥାର କାର୍ଯ୍ୟକଳାପ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବୃହତ ରାସ୍ତା, ନିର୍ମାଣ, ବ୍ରିଜ୍ ଏବଂ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ 314 ଟି ବ୍ଲକରେ ଗ୍ରାମୀଣ କାର୍ଯ୍ୟ ସବ୍-ଡିଭିଜନ୍ ସ୍ଥାପନ କରିବାକୁ ସ୍ଥିର ହୋଇଛି। ସେହିଭଳି, ରାୟଗଡାରେ ଗୋଟିଏ ଗ୍ରାମୀଣ ପୂର୍ତ୍ତ ସର୍କଲ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଉଦଳା, ବଣେଇ ଏବଂ ବାଂନସପାଲରେ ମଧ୍ୟ ତିନୋଟି ଗ୍ରାମୀଣ ପୂର୍ତ୍ତ ସର୍କଲ ପ୍ରତିଷ୍ଠା କରିବାକୁ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି।

Categories
ବିଶେଷ ଖବର

ଜାଗା ମିଶନକୁ ରାଜ୍ୟ କ୍ୟାବିନେଟର ମୋହର: ବସ୍ତିବାସିନ୍ଦାଙ୍କୁ ମିଳିବ ଜମି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୯ ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର ଲାଗିଛି। ଏହା ମଧ୍ୟରୁ ଜାଗା ମିଶନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏଥିରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରାଯିବା ନେଇ କ୍ୟାବିନେଟର ମଞ୍ଜୁରୀ ମିଳିଛି। ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ବର ଏବଂ ବ୍ରହ୍ମପୁର ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ମିଳିବ। ମୋଟ ୯୩୮ ବସ୍ତିବାସିନ୍ଦାଙ୍କୁ ଜମି ମିଳିବ। ଏହା ଦ୍ଵାରା ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ସବୁ ପରିବାରକୁ ୩୦ ବର୍ଗଫୁଟର ଜମି ଦେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଏଣିକି ଘର ମରାମତି ଲାଗି ଆର୍ଥିକ ସହାୟତା ଦେବେ ସରକାର

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିଜୁ ପକ୍କାଘର ଯୋଜନା ଅନ୍ତର୍ଗତ ଘର ମରାମତି ପାଇଁ ରାଜ୍ୟ ସରକାର ସହାୟତା ଦେବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ମିଳିବ।

ଏହା ସହିତ କେନ୍ଦ୍ରୀୟ ଯୋଜନାରେ ବଞ୍ଚିତ ଥିବା ଲୋକଙ୍କୁ ମଧ୍ୟ ସହାୟତା ମିଳିବ। ଆବାସ ଯୋଜନାରୁ ବଞ୍ଚିତ ଥିବା ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ତେବେ ହିତାଧିକାରୀଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ସିଧାସଳଖ ଜମା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯେଉଁଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ, ପଞ୍ଚାୟତ ପାଇଁ ହୋଇପାରେ କିଛି ବଡ ନିଷ୍ପତି

ଭୁବନେଶ୍ବର: ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବାକୁ ଥିବାରୁ ଏହି ବୈଠକ ବେଶ ଗୁରୁତ୍ବ ବହନ କରୁଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରସିଂରେ ଯୋଗଦେବେ। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏହି କ୍ୟାବିନେଟ ବୈଠକରେ ସେହିପରି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

କ୍ୟାବିନେଟର ବଡ ନିଷ୍ପତି, ଏଣିକି ସ୍କୁଲ କଲେଜକୁ ଦିଆଯାଉଥିବା ଜମି ସରକାରଙ୍କ ନାମରେ ରହିବ

ଭୁବନେଶ୍ବର: ଏଣିକି ରାଜ୍ୟ ସରକାର ସ୍କୁଲ କଲେଜକୁ ଦେଉଥିବା ମାଗଣା ଜମି ତାଙ୍କ ଅନୁଷ୍ଠାନ ନାମରେ ରହିବ ନାହିଁ। ତାହା ସ୍କୁଲର ହୋଇଥିଲେ ଗଣଶିକ୍ଷା ବିଭାଗ, କଲେଜ ହୋଇଥିଲେ ଉଚ୍ଚ ଶିକ୍ଷା ବିଭାଗ ନାମରେ ରହିବ। ଏହିପରି ଏକ ବଡ ନିଷ୍ପତି ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି।

୧୯୭୭ ମସିହାର ନିଷ୍ପତ୍ତି ଅନୁସାରେ କଲେଜ ସ୍ଥାପନ ପାଇଁ ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ସରକାରୀ ଜମି ଯୋଗାଇ ଦିଆଯିବ। ସେହିପରି ହାଇସ୍କୁଲ ଗୁଡ଼ିକ ପାଇଁ ସହରାଂଚଳରେ ୨ ଏକର ଓ ଗ୍ରାମାଞ୍ଚଳରେ ୩ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପରବର୍ତ୍ତି ସମୟରେ ସରକାର ଏହି ନିଷ୍ପତ୍ତିକୁ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ମଧ୍ୟ ଲାଗୁ କରିଥିଲେ । ତେବେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଡିଗ୍ରୀ କଲେଜ ଯାହା ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜର ଜମି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ। ଯେଉଁଠି ଉଭୟ ଜୁନିୟର ଓ ସିନିୟର କଲେଜ ଏକାଠି ଥିବ ସେଠାରେ ପୃଥ୍‌କ ଭାବେ ନକରି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ।

ସେହିପରି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ଦଖଲରେ ଥିବା ଗ୍ରାମାଂଚଳରେ ୫ ଏକର ଓ ସହରାଞ୍ଚଳରେ ୩ ଏକର ଜମିକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାର୍ଫତରେ ରହିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାଁରେ ରେକର୍ଡ କରାଯିବ। ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣଜଙ୍ଗଲ କିସମ, ଡିଏଲସି ଲିଷ୍ଟରେ ନଥାଇ ଅବରୋଧମୁକ୍ତ ଓ ବିବାଦମୁକ୍ତ ହୋଇଥିବା ଆବଶ୍ୟକ। ଏହି ଜମିକୁ ବିନାମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ରେକର୍ଡ କରିବେ।

ଏଥିପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ୱ ବିଭାଗ ଦ୍ୱାରା କରାଯିବ । ସେହିପରି ଏସବୁ ଜମି ଉପରେ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ ବୋଲି ନିଷ୍ପତି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ୨୪ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆସିଲା ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥି ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧ । ରାଜ୍ୟରେ ଇଲୋଟ୍ରୋନିକ୍ସ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏହି ପଲିସି ଆଣିଛନ୍ତି।

କ୍ୟାବିନେଟରେ ନୂଆ ମେଗା ଜଳସେଚନ ପ୍ରକଳ୍ପକୁ ମଂଜୁରୀ ମିଳିଛି। ତାହା ହେଲା ସୁକତେଲ ନଦୀରେ ଉପରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ । ସେହିଭଳି ପାର୍ବତୀଗିରି ମେଗା ଉଠାଜଳସେଚନା ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ ଆସନ୍ତା ୫ ବର୍ଷ ପାଇଁ ୧୦ ୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର ହୋଇଛି । ଏହାଦ୍ୱାରା ପ୍ରାୟ ୨ଲକ୍ଷ ୬୩ ହଜାର ୮ଶହ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ।

ସେହିପରି ଆସନ୍ତା ୫ ବର୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪୮୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । କ୍ରୀଡ଼ାବିତ ଓ ପାରା କ୍ରୀଡ଼ାବିତଙ୍କୁ ମଧ୍ୟ ସମାନ ସରକାରୀ ଚାକିରି ମିଳିବ । ତେବେ କେଉଁ ପଦକ ଜିତିଲେ କେଉଁ ଚାକିରି ପାଇବେ ସେ ନେଇ ଏକ ନୂଆ ନିୟମାବାଳୀ ପ୍ରସ୍ତୁତ କରାଯାଇଛି। ଏହାକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠର ପରିଚାଳନାକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ଦେବା ପାଇଁ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମନ୍ଦିର କାର୍ଯ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ ।

Categories
ଆଜିର ଖବର ରାଜ୍ୟ ଖବର

ଠିକା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର: ପ୍ରଥମ ବର୍ଷରୁ ପାଇବେ ଏଭଳି ସୁବିଧା

ଭୁବନେଶ୍ବର: ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ମିଳିବା ଲାଗି କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ନୂତନ ଭାବେ ଯୋଗ ଦେଉଥିବା କର୍ମଚାରୀମାନେ ମେଡିକାଲ ଖର୍ଚ୍ଚ ପାଇବେ। କିନ୍ତୁ ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ଠିକା କର୍ମଚାରୀମାନେ ନିୟମିତ ହେବେ। ଏନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

BIG NEWS: ଓଡିଶାରେ ଇଲେଟ୍ରିକ ଗାଡି କିଣିଲେ ମିଳିବ ରିହାତି, ରାଜ୍ୟ କ୍ୟାବିନେଟରେ ନିଆଗଲା ନିଷ୍ପତି

ଭୁବନେଶ୍ବର, ଓଡିଶାରେ ଇଲେଟ୍ରିକ ଯାନକୁ ମିଳିବ ରିହାତି, ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ବଡ ନିଷ୍ପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ 2025 ସୁଦ୍ଧା 20 ପ୍ରତିଶତ ଇଲେଟ୍ରିକ ଯାନ ରାଜ୍ୟରେ ବିକ୍ରି କରାଯିବାକୁ ଉତ୍ସାହିତ କରାଯିବ। ସେଥିପାଇଁ ଓଡିଶା ଇଲେଟ୍ରିକ ଭେଇକଲ ଆଇନ 2021କୁ ସ୍ବୀକୃତି ପ୍ରଦାନ କରାଯାଇଛି।

ସେହିପରି ଏହି ଇଲେଟ୍ରିକ ଯାନ ଓଡିଶାରେ ବିକ୍ରି ବୃଦ୍ଧି ପାଇଁ ରାଜ୍ୟ ସରକାର ଉତ୍ସାହିତ କରିବେ। ଅନ୍ୟପକ୍ଷରେ ଏହି ଶିଳ୍ପକୁ ମଧ୍ୟ ରାଜ୍ୟ ସରକାର ପ୍ରତ୍ସାହିତ କରିବେ ବୋଲି କ୍ୟାବିନେଟରେ ନିଷ୍ପତି କରାଯାଇଛି। ରାଜ୍ୟରେ ଏହି ଗାଡି ନିର୍ମାଣ ପାଇଁ କଂପାନୀ ଆଗ୍ରହୀ ହେଲେ ସେମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇବେ।

ଏଥିସହିତ ଓଡିଶାରେ ଏହି ଯାନ ଉପରେ ଗବେଷଣା ତଥା ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ସୁବିଧା ସୁଯୋଗ ଯୋଗାଇ ଦେବେ। ଯେଉଁମାନେ ଏହି ଗାଡି କ୍ରୟ କରିବେ ସେମାନଙ୍କୁ ରାଜ୍ୟ ସରକାର ବିକ୍ରୟ ରିହାତି ମଧ୍ୟ ଘୋଷଣା କରିଛନ୍ତି। ଏପରିକି ଋଣ କରି ଗାଡି କିଣିଲେ ସେହି ଋଣର ସୁଧ ଉପରେ ରାଜ୍ୟ ସରକାର ରିହାତି ପ୍ରଦାନ କରିବେ।

ଏହି ଗାଡିର ବୀମାଭୁକ୍ତ ପର୍ଯ୍ୟନ୍ତ ରୋଡ ଟ୍ୟାକ୍ସ ଏବଂ ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ କରିବା ପାଇଁ ନବୀନ ସରକାର ବଡ ନିଷ୍ପତି ଗ୍ରହଣ କରିଛନ୍ତି। ଏହାଦ୍ବାରା ଲୋକମାନେ ଏହି ଗାଡି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ। ସେହିପରି ଏମଏସଏମଇ ବିଭାଗ ଦ୍ବାରା ଏହି କ୍ଷେତ୍ରରେ ଷ୍ଟାର୍ଟଅପ କୁ ଉତ୍ସାହିତ କରିବା ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ଗ୍ରାମାଞ୍ଚଳ ଉନ୍ନୟନ ପାଇଁ ନିଆଯାଇପାରେ କିଛି ନିଷ୍ପତି

ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ। ଅପରାହ୍ନ 5ଟା 30 ମିନଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁୟାଲ ମାଧ୍ୟମରେ ଏହି ବୈଠକ ହେବ। ଯେଉଁ ମନ୍ତ୍ରୀମାନେ ଜିଲ୍ଲାରେ ଅଛନ୍ତି ସେମାନେ ଜିଲ୍ଲା କାର୍ଯ୍ୟାଳୟରେ ଭିସିରେ ରହିବେ। ତେବେ ଏହି ବୈଠକରେ 12ଟି ଆଜେଣ୍ଡା ଅଛି ବୋଲି ଜଣାପଡିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରେ ଗ୍ରାମାଞ୍ଚଳ ଉନ୍ନତି ଉପରେ କିଛି ନିଷ୍ପତି ହେବ ବୋଲି ଜଣାପଡିଛି। ତେବେ ଏ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସରିଲା ରାଜ୍ୟ କ୍ୟାବିନେଟରେ ବୈଠକ: ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କଂଫରେନ୍ସ ଦ୍ଵାରା ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।

ପ୍ରଥମତଃ ରାଜ୍ୟରେ ଟୀକା ପାଇଁ ଗ୍ଲୋବାଲ ଟେଣ୍ଡରକୁ ଅନୁମୋଦନ ମିଳିଛି। ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସ୍ଵଦେଶୀ ଟୀକା କମ୍ପାନୀ ଭାଗ ନେଇପାରିବେ। ଦ୍ଵିତୀୟରେ ମଦ ଦୋକାନ ଏବଂ ବାରରୁ ଲାଇସେନ୍ସ ଫି’ ଛାଡ ହେବ। ଗତ ଗୋଭିଡରେ ବନ୍ଦ ଥିବା ମଦ ଦୋକାନ ଏବଂ ବାରରୁ ଲାଇସେନ୍ସ ଫି ଛାଡ ହେବ। ଗ୍ରେଡ଼େସନ କରାଯାଇ ଫି’ ଛାଡ କରାଯିବ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ 10 ଟି ପ୍ରସ୍ତାବକୁ ଲାଗିଲା ମୋହର: ସ୍ୱାସ୍ଥ୍ୟ ସେବା ପାଇଁ ୨ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 10 ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟର ୯ ଟି ପ୍ରାସ୍ତାବ ମଧ୍ୟରୁ ସ୍ୱାସ୍ଥ୍ୟସେବା ଉପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରରେ ବାଗଚୀ- ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମିତ ହେବ।

ଏହି ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ଦେବେ। ସୁବ୍ରତ ବାଗଚୀ ଏବଂ ସୁସ୍ମିତା ବାଗଚୀ ଏଥିପାଇଁ ୨୧୦ କୋଟି ଟଙ୍କା ଦେବେ। ୨୦୨୪ ମସିହା ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଇନଫୋସିଟି ଭ୍ୟାଲି-୨ରେ ୨୦ ଏକର ଜମି ଯୋଗାଇଦେବ। ୨୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ।

ଏତଦବ୍ୟତୀତ ଭୁବନେଶ୍ବରରେ ବାଗଚୀ ପଲିଆଟିଭ କେୟାର ସେଣ୍ଟର ଖୋଲିବ। ସେଥିପାଇଁ ବାଗଚୀ ଦମ୍ପତି ମଧ୍ୟ ୧୩୦ କୋଟି ଟଙ୍କା ଦେବେ। ରାଜ୍ୟ ସରକାର ଏଥିପାଇଁ ୨୦ ଏକର ଜମି ମଧ୍ୟ ଯୋଗାଇଦେବେ। ଏହି ପଲିଆଟିଭ କେୟାର ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ମିଳିବ।