Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୟୁରଭଂଜ ହେଲା ଦୁଇଟି ପୋଲିସ ଜିଲ୍ଲା, ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର
ବିଶେଷ ଖବର

ମୟୁରଭଂଜ ହେଲା ଦୁଇଟି ପୋଲିସ ଜିଲ୍ଲା, ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର

July 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
cabinet
ମୟୁରଭଂଜ ହେଲା ଦୁଇଟି ପୋଲିସ ଜିଲ୍ଲା, ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତେବେ ମୁଖ୍ୟ ପ୍ରସଂଗ ହେଲା ମୟୁରଭଂଜ ଜିଲ୍ଲାକୁ ଦୁଇଟି ପୋଲିସ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏ ମୟୁରଭଂଜ ଅନ୍ୟ ନୂତନ ପୋଲିସ ଜିଲ୍ଲା ରାଇରଂଗପୁର ହେବ।

ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍‌ଡିପିଓ। ରାଇରଂଗପୁର, କରଂଜିଲ୍ଲାରେ ରହିବେ ଏସ୍‌ଡିପିଓ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୧୪ଟି ଥାନା ରହିବ। ବହୁଦିନରୁ ଏହି ଜିଲ୍ଲାକୁ ଦୁଇଟି ପୋଲିସ ଜିଲ୍ଲାରେ ବିଭକ୍ତ କରିବା ପାଇଁ ଦାବୀ ହୋଇଆସୁଥିଲେ। ଆଜି ରାଜ୍ୟ କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି।

ସେହିପରି ଆଦର୍ଶ ବିଦ୍ୟାଳୟକୁ ରାଜ୍ୟ କ୍ୟାବିନେଟ ଭଡା ମୁକ୍ତ କରିଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଆଉ ସେହି ଫି ଦେବେ ନାହିଁ। ଏହାଦ୍ବାରା ରାଜ୍ୟ ସରକାର ପାଞ୍ଚ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ଏହି ଅତିରିକ୍ତ ଖର୍ଚ୍ଚକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ସେହିପରି ବିଶ୍ବବିଦ୍ୟାଳୟ ଆଇନରେ କିଛି ପରିବର୍ତ୍ତନ କରାଯାଇଛି। ସ୍ଥାୟୀ କୁଳପତି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତିଙ୍କୁ ସମସ୍ତ ନିଷ୍ପତି ନେବା ପାଇଁ କ୍ଷମତା ପ୍ରଦାନ କରାଯାଇଛି।

ସେହିପରି ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ସମୃଦ୍ଧ ସହର ଯୋଜନା ପାଇଁ ୪,୮୭୯ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏଥିରେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା କାର୍ଯ୍ୟକାରୀ କରାଯିବ। ଅନ୍ୟପକ୍ଷରେ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ। ଏହାକୁ ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

cabinet ରାଜ୍ୟ କ୍ୟାବିନେଟ ରାଜ୍ୟ କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026
Latest News

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.