Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ
ବିଶେଷ ଖବର

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

Odisha Cabinet Meeting: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଲୋକସେବା ଭବନରେ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୦ଟି ବିଭାଗର ୧୨ ଭିନ୍ନ ଭନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।

ଏଥିରେ ରହିଛି ରାଜ୍ୟ ସମବାୟନୀତି ୨୦୨୬ କୁ ଅନୁମୋଦନ ‘ସମବାୟରୁ ସମୃଦ୍ଧି’ ଲକ୍ଷ୍ୟ ସାଧନରେ ହେବ ସହାୟକ କୃଷି ଋଣ, ମାର୍କେଟିଂ, ପ୍ରକ୍ରିୟାକରଣ ଏବଂ କୃଷି-ବ୍ୟବସାୟ ପାଇଁ ପାକ୍ସକୁ ବହୁ-ସେବା କେନ୍ଦ୍ର ଭାବରେ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ଢେଙ୍କାନାଳର ଗଜମରାଠାରେ ଅଟୋମେଟିକ, ଏରୋସ୍ପେସ ଏବଂ ପ୍ରତିରକ୍ଷା ଉପକରଣ-ଉତ୍ପାଦନ କମ୍ପ୍ଲେକ୍ସକୁ ଅନୁମୋଦନ। ଏଥିରେ ୧୭, ୨୫୦ କୋଟି ଟଙ୍କାର ନିବେଶ ହେବ ଯେଉଁଥିରେ ୨୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ  ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଏବଂ ଲୋକଙ୍କ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରିବାକୁ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ ଯୋଜନା’କୁ ମଞ୍ଜୁରୀ ବ୍ୟୟବରାଦ- ₹୨୫୪. ୮୫ କୋଟି ଟଙ୍କାକୁ କ୍ୟାବିନେଟ ମଂଜୁରୀ କରିଛନ୍ତି।

୨୦୨୫ରୁ ୨୦୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ଆର୍ଥିକ ବର୍ଷ ପାଇଁ  ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬ ପ୍ରଣୟନକୁ ମଂଜୁରୀ ମିଳିଛି। ସେହିପରି ଭୁବନେଶ୍ୱର ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ଡାଇଭର୍ଜନ ୱେ୍ୟାରରେ ଉନ୍ନତି ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।

Mohan Majhi Odisha Cabinet Meeting ରାଜ୍ୟ କ୍ୟାବିନେଟ ରାଜ୍ୟ କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026
Latest News

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.