ନୂଆଦିଲ୍ଲୀ : ଆଜିକୁ 33 ଦିନ ହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ୍କୁ ବିରୋଧ କରି ଦିଲ୍ଳୀ ସୀମାରେ ବିକ୍ଷୋଭ କରୁଛନ୍ତି ଚାଷୀ । ଚାଷୀଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ଏକାଧିକଥର ବୈଠକ କରିଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଆସନ୍ତା 30 ତାରିଖରେ ଚାଷୀ ସଙ୍ଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ମଙ୍ଗଳବାର ଅର୍ଥାତ୍ ଡିସେମ୍ବର 29ରେ ଉଭୟଙ୍କ ମଧ୍ୟରେ ଆଉ ଏକ ବୈଠକ ହେବାର ଥିଲା। ମାତ୍ର ଏହିବୈଠକ 30 ତାରିଖ ଦିନ ଦିଲ୍ଲୀର ବିଜ୍ଞାନ ଭବନଠାରେ ହେବ ବୋଲି ସୂଚନା ରହିଛି ।