Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋପରେଟିଭ୍ ସୋସାଇଟି ସଂପାଦକଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ
ଆଜିର ଖବର

କୋପରେଟିଭ୍ ସୋସାଇଟି ସଂପାଦକଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ

December 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସେସ୍ପାଲ୍ ୱାରେଣ୍ଟ ବଳରେ ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ୍ ଉମା ଗ୍ରାମର କୋପରେଟିଭ୍ ସୋସାଇଟିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା।

ଆଜି ସକାଳୁ ଭିଜିଲାନସ ଅଫିସରମାନେ ଉମା ଗ୍ରାମରେ ଥିବା ଦୁଇମହଲା କୋଠା, ଉମା ଗ୍ରାମରେ ହିଁ ଅନ୍ୟସ୍ଥାନରେ ଥିବା କୋଠା ଏବଂ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ମୋଟ ସଂପତ୍ତିର ପରିମାଣ ଆକଳନ କରାଯାଇଛି।

ଉମା ଗ୍ରାମରେ ଥିବା ଦୁଇମହଲା ଘର ଯାହାର ମୂଲ୍ୟ ୨୫ ଲକ୍ଷ, ଅନ୍ୟ ଏକ ଘରର ମୂଲ୍ୟ ୨୦ଲକ୍ଷ ୧୦ହଜାର, ୪ଟି ଘରବାରୀ ଏବଂ ଚାଷ ଜମି ଯାହାର ମୂଲ୍ୟ ୮୬ହଜାର ୬୮୩ ଟଙ୍କାର ସ୍ଥାବର ସଂପତ୍ତି ଏବଂ ଅସ୍ଥାବର ସଂପତ୍ତି ମଧ୍ୟରେ ଘରପ୍ରସାଧନ ସାମଗ୍ରୀ ଯାହାର ମୂଲ୍ୟ ୨ଲକ୍ଷ ୮୮ହଜାର ୯୬୯ ଟଙ୍କା, ମାରୁତି ସୁଜୁକି କାର୍ ଯାହାର ମୂଲ୍ୟ ୫ଲକ୍ଷ ୪୧ହଜାର ୩୧୬ ଟଙ୍କା, ଗୋଟିଏ ମହିନ୍ଦ୍ରା ବୁଲେରୋ ଯାହାର ମୂଲ୍ୟ ୬ ଲକ୍ଷ ୨୬ହଜାର ୬୬୮ ଟଙ୍କା, ଗୋଟିଏ ରୟଲ୍ ଇନ୍‌ଫିଲ୍ଡ ଯାହାର ମୂଲ୍ୟ ୧ଲକ୍ଷ ୬୬ହଜାର ୮୬୨ଟଙ୍କା, ହିରୋ ଗ୍ଲାମର ମୋଟର ସାଇକେଲ୍ ଯାହାର ମୂଲ୍ୟ ୪୯ହାର ୨୨୫ ଟଙ୍କା, ଅନ୍ୟ ଏକ ହିରୋ ଗ୍ଲାମର ବାଇକ୍ ଯାହାର ମୂଲ୍ୟ ୫୩ହଜାର ୭୦୫ ଟଙ୍କା, ହିରୋ ପ୍ଲେଜର ସ୍କୁଟି ୪୮ହଜାର ୫୫ଟଙ୍କା, ହିରୋ ଏକ୍ସଟ୍ରିମ୍ ବାଇକ୍ ଯାହାର ମୂଲ୍ୟ ୭୦ହଜାର ୯୩୫ ଟଙ୍କା, ଅନ୍ୟ ଏକ ହିରୋ ଏକ୍ସଟ୍ରିମ୍ ବାଇକ୍ ଯାହାର ମୂଲ୍ୟ ୯୦ହଜାର ୯୦୦ ଟଙ୍କା, ସୋନାଲିକା ଟ୍ରାକ୍ଟର ୬ଲକ୍ଷ ୩୫ହଜାର ୧୨୫ ଟଙ୍କା, ଅନ୍ୟ ଏକ ସ୍ୱରାଜ୍ୟ ଟ୍ରାକ୍ଟର ୬ ଲକ୍ଷ ଟଙ୍କା, ଧାନକଟା ମେସିନ୍ ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା, ବଳଦ ଜୋଡ଼ିର ମୂଲ୍ୟ ୧୦ହଜାର, ନଗଦ ୭ଲକ୍ଷ ୧୮ହଜାର ୯୯୦ ଟଙ୍‌କା, ସୁନା ଅଳଙ୍କାର (୪୦୦ ଗ୍ରାମ) ଯାହାର ମୂଲ୍ୟ ୧୯ଲକ୍ଷ ୯୫ହଜାର ଟଙ୍କା, ବ୍ୟାଙ୍କ ଜମା ୩ଲକ୍ଷ ୫୫ହଜାର ଟଙ୍କା। ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ୧କୋଟି ୯ ଲକ୍ଷ ୪୭ହଜାର ୪୩୩ ଟଙ୍କା ଠାବ କରାଯାଇଛି।

ଶ୍ରୀ ରାଉତ ୧୯୮୪ ମସହିାରେ ସେଲ୍‌ସମେନ ଭାବେ କାର୍ଯ୍ୟାରମ୍ଭ କରି, କୋପରଟିଭ୍ ସୋସାଇଟିର ସଂପାଦକ ହୋଇଥିଲେ। ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

ଆୟ ବର୍ହିଭୂତ ସଂପତ୍ତି ଭିଜିଲାନ୍‌ସ ଚଢ଼ାଉ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.