Categories
ଆଜିର ଖବର ରାଜ୍ୟ ଖବର

କୋପରେଟିଭ୍ ସୋସାଇଟି ସଂପାଦକଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସେସ୍ପାଲ୍ ୱାରେଣ୍ଟ ବଳରେ ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ୍ ଉମା ଗ୍ରାମର କୋପରେଟିଭ୍ ସୋସାଇଟିର ସଂପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା।

ଆଜି ସକାଳୁ ଭିଜିଲାନସ ଅଫିସରମାନେ ଉମା ଗ୍ରାମରେ ଥିବା ଦୁଇମହଲା କୋଠା, ଉମା ଗ୍ରାମରେ ହିଁ ଅନ୍ୟସ୍ଥାନରେ ଥିବା କୋଠା ଏବଂ ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ମୋଟ ସଂପତ୍ତିର ପରିମାଣ ଆକଳନ କରାଯାଇଛି।

ଉମା ଗ୍ରାମରେ ଥିବା ଦୁଇମହଲା ଘର ଯାହାର ମୂଲ୍ୟ ୨୫ ଲକ୍ଷ, ଅନ୍ୟ ଏକ ଘରର ମୂଲ୍ୟ ୨୦ଲକ୍ଷ ୧୦ହଜାର, ୪ଟି ଘରବାରୀ ଏବଂ ଚାଷ ଜମି ଯାହାର ମୂଲ୍ୟ ୮୬ହଜାର ୬୮୩ ଟଙ୍କାର ସ୍ଥାବର ସଂପତ୍ତି ଏବଂ ଅସ୍ଥାବର ସଂପତ୍ତି ମଧ୍ୟରେ ଘରପ୍ରସାଧନ ସାମଗ୍ରୀ ଯାହାର ମୂଲ୍ୟ ୨ଲକ୍ଷ ୮୮ହଜାର ୯୬୯ ଟଙ୍କା, ମାରୁତି ସୁଜୁକି କାର୍ ଯାହାର ମୂଲ୍ୟ ୫ଲକ୍ଷ ୪୧ହଜାର ୩୧୬ ଟଙ୍କା, ଗୋଟିଏ ମହିନ୍ଦ୍ରା ବୁଲେରୋ ଯାହାର ମୂଲ୍ୟ ୬ ଲକ୍ଷ ୨୬ହଜାର ୬୬୮ ଟଙ୍କା, ଗୋଟିଏ ରୟଲ୍ ଇନ୍‌ଫିଲ୍ଡ ଯାହାର ମୂଲ୍ୟ ୧ଲକ୍ଷ ୬୬ହଜାର ୮୬୨ଟଙ୍କା, ହିରୋ ଗ୍ଲାମର ମୋଟର ସାଇକେଲ୍ ଯାହାର ମୂଲ୍ୟ ୪୯ହାର ୨୨୫ ଟଙ୍କା, ଅନ୍ୟ ଏକ ହିରୋ ଗ୍ଲାମର ବାଇକ୍ ଯାହାର ମୂଲ୍ୟ ୫୩ହଜାର ୭୦୫ ଟଙ୍କା, ହିରୋ ପ୍ଲେଜର ସ୍କୁଟି ୪୮ହଜାର ୫୫ଟଙ୍କା, ହିରୋ ଏକ୍ସଟ୍ରିମ୍ ବାଇକ୍ ଯାହାର ମୂଲ୍ୟ ୭୦ହଜାର ୯୩୫ ଟଙ୍କା, ଅନ୍ୟ ଏକ ହିରୋ ଏକ୍ସଟ୍ରିମ୍ ବାଇକ୍ ଯାହାର ମୂଲ୍ୟ ୯୦ହଜାର ୯୦୦ ଟଙ୍କା, ସୋନାଲିକା ଟ୍ରାକ୍ଟର ୬ଲକ୍ଷ ୩୫ହଜାର ୧୨୫ ଟଙ୍କା, ଅନ୍ୟ ଏକ ସ୍ୱରାଜ୍ୟ ଟ୍ରାକ୍ଟର ୬ ଲକ୍ଷ ଟଙ୍କା, ଧାନକଟା ମେସିନ୍ ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା, ବଳଦ ଜୋଡ଼ିର ମୂଲ୍ୟ ୧୦ହଜାର, ନଗଦ ୭ଲକ୍ଷ ୧୮ହଜାର ୯୯୦ ଟଙ୍‌କା, ସୁନା ଅଳଙ୍କାର (୪୦୦ ଗ୍ରାମ) ଯାହାର ମୂଲ୍ୟ ୧୯ଲକ୍ଷ ୯୫ହଜାର ଟଙ୍କା, ବ୍ୟାଙ୍କ ଜମା ୩ଲକ୍ଷ ୫୫ହଜାର ଟଙ୍କା। ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ୧କୋଟି ୯ ଲକ୍ଷ ୪୭ହଜାର ୪୩୩ ଟଙ୍କା ଠାବ କରାଯାଇଛି।

ଶ୍ରୀ ରାଉତ ୧୯୮୪ ମସହିାରେ ସେଲ୍‌ସମେନ ଭାବେ କାର୍ଯ୍ୟାରମ୍ଭ କରି, କୋପରଟିଭ୍ ସୋସାଇଟିର ସଂପାଦକ ହୋଇଥିଲେ। ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି କର୍ମୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ସମୁଦାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଠାବ କରାଯାଇଥିଲା। ମୋଟ ସଂପର୍ତ୍ତି ଆୟ-ବ୍ୟୟକୁ ବାଦ୍ ଦେଲେ ଅଧିକା ୨୯୫ ପ୍ରତିଶତ ଆୟ କରିଥିବାରୁ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ କୋର୍ଟଚାଲଣ କରାଯାଇଥିଲା।

ଜାମିନ ଅଭାବରୁ ଜେଲ୍ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନୱାଡ଼ି କର୍ମୀ। ଭିଜିଲାନସ ଏସ୍‌ପିଙ୍କ ସୂଚନା ପ୍ରକାରେ ଗତ ୨୭.୧୧.୧୯୯୦ରୁ ୨୨.୧୨.୨୦୨୦ ମଧ୍ୟରେ ସେ ବିଭିନ୍ନ ଆୟ ବାବଦରେ ୭୪ଲକ୍ଷ ୬୩ ହଜାର ୧୯୫ ଟଙ୍କା ଆୟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ୬୨ ଲକ୍ଷ ୭୯ହଜାର ୮୬୪ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି  । କିନ୍ତୁ ତାଙ୍କର ସଂପତ୍ତିର ପରିମାଣ ୨ କୋଟି ୩୨ ଲକ୍ଷ ୨୯ହଜାର ୯୧୬ ରହିଥିବାବେଳେ ଖର୍ଚ୍ଚକୁ ବାଦ୍ ଦେଇ ଅଧିକା ୨ କୋଟି ୨୦ ଲକ୍ଷ ୪୬ହଜାର ୫୮୫ (୨୯୫%) ପ୍ରତିଶତ ଆୟ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଅଙ୍ଗନୱାଡ଼ି କର୍ମୀ: ୨ କୋଟିର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବଡ଼ ବଡ଼ ଅଧିକାରୀଙ୍କ ଉପରେ ଚଢ଼ାଉ ହୋଇ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବାବେଳେ ଆଜି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଘରୁ ଦୁଇକୋଟି ଟଙ୍କାର ସଂପତ୍ତି ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

ଆଜି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ସକାଳୁ ସକାଳୁ ସେ ରହୁଥିବା ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ପ୍ରଥମ ଗଳି ସାହିର ତିନିମହଲା ଘର, ଏହି ସାହିରେ ଥିବା ଦୁଇମହଲା କୋଠାଘର, ଗଣେଶ ନଗରରେ ଥିବା ଘର, ଗୌତମ ନଗର ଶ୍ରୀ ଏନକେଭ୍‌ରେ ୨ ବିଏଚ୍‌କେ ପ୍ଲାଟ୍‌, ଭୁବନେଶ୍ୱର ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାର ଫ୍ଲାଟ୍‌, ସିଟି ହସ୍‌ପିଟାଲ୍ ପଛଭାଗ ଦଳୁଆ ସାହିରେ ଥିବା ଘର ଏବଂ ସେ କାର୍ଯ୍ୟ କରୁଥିବା ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ମୋଟ ସଂପତ୍ତିର ପରିମାଣ ଦୁଇକୋଟିରୁ ଉର୍ଦ୍ଧ୍ୱ ଆକଳନ କରାଯାଇଛି।

ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ସାହିର ତିନିମହଲା ଘରର ମୂଲ୍ୟ ୮୩ଲକ୍ଷ ୪୪ହଜାର ୩୪୮ ଟଙ୍କା, ସେହି ସାହିର ଦୁଇମହଲା ଘରର ମୂଲ୍ୟ ୨୨ଲକ୍ଷ ୧୩ହଜାର ୪୦୦ ଟଙ୍କା, ଗଣେଶ ନଗରରେ ଥିବା କୋଠାର ମୂଲ୍ୟ ୧୧ଲକ୍ଷ ୬୩ହଜାର ୦୮୮ ଟଙ୍କା, ଗୌତମ ନଗର ଫ୍ଲାଟର ମୂଲ୍ୟ ୪୫ ଲକ୍ଷ ୨୧ହଜାର ୮୦୦ ଟଙ୍କା, ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟର ମୂଲ୍ୟ ୨୭ ଲକ୍ଷ ୬୮ହଜାର ଟଙ୍କା, ଲକ୍ଷ୍ମୀନୃସିଂହ ସାହି ୧୨ ଗଳିରେ ଥିବା ଘରର ମୂଲ୍ୟ ୫ଲକ୍ଷ ୨୮ହଜାର ୨ଶହ ଟଙ୍କା, ୦.୦୦୧୫ ଡ଼େସିମିଲ୍ ଗୋଟିଏ ପ୍ଲଟ୍ ଯାହାର ମୂଲ୍ୟ ୧୮୦୦ ଟଙ୍କା, ସମୁଦାୟ ୧ କୋଟି ୯୫ ଲକ୍ଷ ୪୦ହଜାର ୬୩୬ ସ୍ଥାବର ସଂପତ୍ତି ରହିଛି। ସେହିଭଳି ଅସ୍ଥାବର ସଂପତ୍ତି ମଧ୍ୟରେ ୩ଲକ୍ଷ ୩୫୦ ଟଙ୍କାର ଘର ଉପକରଣ, ଇଣ୍ଡିଗୋ କାର୍ ଯାହାର ମୂଲ୍ୟ ୬ଲକ୍ଷ ୧୯ହଜାର ୭୪୬ ଟଙ୍କା, ଗୋଟିଏ ହିରୋ ମେଷ୍ଟୋ ସ୍କୁଟି ଯାହାର ମୂଲ୍ୟ ୪୯ ହଜାର ୬୧୪ ଟଙ୍କା, ଛତୁଆ ତିଆରି କରିବା ମେସିନ୍ ଯାହାର ମୂଲ୍ୟ ୪ ଲକ୍ଷ ୭୦ ହଜାର ଟଙ୍କା, ୨୮୭୨ ନଗଦ ଟଙ୍କା, ୩ ଲକ୍ଷ ୩୪ ହଜାର ୩୫୩ ଟଙ୍କା ସୁନା ଏବଂ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୧୨ ଲକ୍ଷ ୭୯ହଜାର ୭୬ଟଙ୍କା, ସମୁଦାୟ ଅସ୍ଥାବର ସଂପତ୍ତି ୩୦ ଲକ୍ଷ ୫୬ହଜାର ୧୧ ଟଙ୍କା।

ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଶାଇଲେ ସମୁଦାୟ ୨କୋଟି ୨୫ ଲକ୍ଷ ୯୬ହଜାର ୬୪୭ ଟଙ୍କାର ସଂପତ୍ତି ଠାବ କରାଯାଇଛି। ନମିତା ଦଳେଇ ୧୯୯୦ ମସିହାରେ ଅଙ୍ଗନୱାଡ଼ି କର୍ମୀ ଭାବେ ଚାକିରି ପାଇଥିବାବେଳେ ସେ ଏତେ ଟଙ୍କାର ଅଧିକାରୀ କିପରି ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିିତ କରିଛି।

ତେବେ ନମିତା କହିଛନ୍ତି ଏହି ସବୁ ତାଙ୍କର ସଂପତ୍ତି ନାହିଁ। ସବୁ ସଂପତ୍ତି ତାଙ୍କ ସ୍ୱାମୀଙ୍କର ଏବଂ ସେ ସ୍ୱର୍ଗବାସ ହେବା ପରେ ସବୁ ସଂପତ୍ତି ତାଙ୍କ ନିକଟକୁ ଆସିଛି। ତେବେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ବିଭାଗ କହିଛି। ତଦନ୍ତ ପରିସରକୁ ବ୍ୟାପକ କଲେ ଏହି ଦୁର୍ନୀତିରେ ଲିପ୍ତ ବଡ଼ ବଡ଼ ମାଛମାନେ ମଧ୍ୟ ଲୋକଲୋଚନକୁ ଆସିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ କୋଟିପତି ଶିକ୍ଷକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକଙ୍କ ଘର ଏବଂ ଅନ୍ୟାନ୍ୟ ଅଂଚଳରେ ଥିବା ବିଭିନ୍ନ ଘର ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ସଂପତ୍ତି ମୋଟ ପରିମାଣ ବ୍ୟୟକୁ ବାଦ୍ ଦେଇ ବେଆଇନ ଭାବେ ୨୫୬.୯% ପ୍ରତିଶତ ଅଧିକା ଆୟ କରିଥିବାରୁ ତାଙ୍କୁ ଆଜି ଭିଜିଲାନସ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି।

ଦୁଶ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ଏସ୍‌. ରାଉତପେଟା ସରକାରୀ ୟୁପି ସ୍କୁଲରେ କାର୍ଯ୍ୟରତ ଥିଲେ। ଗତ ୧.୫.୧୯୯୨ ରୁ ୧୫.୧୨.୨୦୨୦ ମଧ୍ୟରେ ଦରମା ଏବଂ ଅନ୍ୟାନ୍ୟ ବାବଦରେ ୧ କୋଟି ୨୭ ଲକ୍ଷ ୩୮ହଜାର ୨୭୦ ଟଙ୍କା ଆୟ କରିଥିବାବେଳେ ଏହି ସମୟ ମଧ୍ୟରେ ତାଙ୍କର ୫୧ଲକ୍ଷ ୮୧ହଜାର ୨୫୫ ଟଙ୍କା ଖର୍ଚ୍ଚ ହୋଇଛି।

କିନ୍ତୁ ଚଢ଼ାଉ ପରେ ତାଙ୍କ ମୋଟ ସଂପତ୍ତିର ମୂଲ୍ୟ ୪ କୋଟି ୨ ଲକ୍ଷ ୮୨ହଜାର ୪୬୩ ଟଙ୍କା ଠାବ କରାଯାଇଥିଲା। ତେଣୁ ସେ ବେଆଇନ ଭାବେ ଅଧିକ ୩ କୋଟି ୨୭ ଲକ୍ଷ ୨୫ହଜାର ୪୪୮ (୨୫୬.୯%) ଟଙ୍କାର କୌଣସି ହିସାବ ଦେଖାଇ ପାରିନଥିଲେ। ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ ହୋଇଥିବାବେଳେ ତାଙ୍କର ମଧ୍ୟ କିଛି ଆୟ ନଥିଲା। ତେଣୁ ଶ୍ରୀ ନାୟକ ବେଆଇନ ଭାବେ ବଡ଼ଧରଣର ସଂପତ୍ତି ଠୁଳ କରିଥିବାରୁ ତାଙ୍କୁ ଆଜି ଗିରଫ କରି କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନସ ଚଢ଼ାଉ: ୪ କୋଟି ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଶିକ୍ଷକଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସେ ହେଉଛନ୍ତି ଗଜପତି ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକ। ଆଜି ୬/୨୦୨୦ ସର୍ଚ୍ଚ ୱାରେଣ୍ଟ ବଳରେ ସକାଳୁ ସକାଳୁ ତାଙ୍କର ପାରଳାଖେମୁଣ୍ଡି କୃଷ୍ଣଚନ୍ଦ୍ରପୁର ଏରଡ଼େଲା ସାହିର ତିନି ମହଲା ଘର, ପାଳାଖେମୁଣ୍ଡି ହସ୍‌ପିଟାଲ୍‌ରେ ରୋଡ଼୍‌ରେ ଥିବା ଦୁଇ ମହଲା ଘର, ପାରଳାଖେମୁଣ୍ଡ କାଞ୍ଚରା ସାହିରେ ଥିବା ଦୁଇ ମହଲା ଘର, ସେଣ୍ଟ ଜୋସେଫ୍ ସ୍କୁଲ ନିକଟରେ ଥିବା ଦୁଇ ମହଲା ଘର, ଆରୋଗ୍ୟ ସାହିରେ ଥିବା ଦୁଇମହଲା ଘର, ଜନଗମ ସାହିରେ ଥିବା ଦୁଇ ମହଲା ଘର, ଖାଜା ସାହିରେ ଥିବା ତିନି ମହଲା ଘର, ଖଞ୍ଜ ସାହିରେ ଥିବା ତିନି ମହଲା ଘର, ଗଜପତି ଷ୍ଟାଡ଼ିୟମ ଆଗରେ ଥିବା ତିନି ମହଲା ଘର, ଖଞ୍ଜ ସାହିରେ ଆଉ ଗୋଟିଏ ଦୁଇ ମହଲା ଘର, ଗୋଷାଣି ବ୍ଲକ୍ ଜଙ୍ଗଲପାଡ଼ୁର ପୈତୃକ ଘର, ଗୁଣପୁର ଏସ୍‌ବିଆଇ ଆଗରେ ଥିବା ଶ୍ୱଶୁର ଘର, ରାଉତପୁର ସ୍କୁଲର ଅଫିସ ରୁମ୍‌କୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ତାଙ୍କର ସମୁଦାୟ ୪ କୋଟି ୩ ଲକ୍ଷ ୨୯ ହଜାର ୮୬୯ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଠାବ କରାଯାଇଛି।

ଏରେଦ୍ରା ସାହିର ଘରର ମୂଲ୍ୟ ୨୩ ଲକ୍ଷ ୩୪ହଜାର, ହସ୍‌ପିଟାଲ୍ ରୋଡ଼୍‌ରେ ଥିବା ଘରର ମୂଲ୍ୟ ୮ଲକ୍ଷ ୫୫ହଜାର ୩୫୦ ଟଙ୍କା, କାଞ୍ଚରା ସାହିରେ ଥିବା ଦୁଇମହଲା ଘରର ମୂଲ୍ୟ ୩୨ଲକ୍ଷ ୮୬ହଜାର ୨୦୫, ସେଣ୍ଟ ଜୋସେଫ୍ ସ୍କୁଲ ନିକଟରେ ଥିବା ଦୁଇମହଲା ଘର ଯାହାର ମୂଲ୍ୟ ୬୩ଲକ୍ଷ ୬୯ହଜାର ୪୫୩ ଟଙ୍କା, ଆରୋଗ୍ୟ ସାହିର ଦୁଇ ମହଲା ଘରର ମୂଲ୍ୟ ୫୪ ଲକ୍ଷ ୭୬ହଜାର ୨୯୭ ଟଙ୍କା, ଜାଗରଣ ସାହିର ଦୁଇ ମହଲା ଘରର ମୂଲ୍ୟ ୩୦ଲକ୍ଷ ୨୦ହଜାର ୪୬୮ ଟଙ୍କା, ଖଞ୍ଜ ସାହି ତିନି ମହଲା ଘରର ମୂଲ୍ୟ ୫୩ ଲକ୍ଷ ୨୦ହଜାର ୪୪୦ ଟଙ୍କା, ଗଜପତି ଷ୍ଟାଡ଼ିୟମ ନିକଟରେ ଥିବା ତିନି ମହଲା ଘରର ମୂଲ୍ୟ ୧କୋଟି ୧୪ ଲକ୍ଷ ୨୪ହଜାର ୩୯୩ ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୮ଟି ଜାଗା ଯାହାର ମୂଲ୍ୟ ୧୩ଲକ୍ଷ ୮୩ହଜାର ୫୩୨ ଟଙ୍କା। ଘର ପ୍ରସାଧନ ସାମଗ୍ରୀ ୧ଲକ୍ଷ ୫୬ହଜାର ୬୦୦ ଟଙ୍କା, ୬୨୨୮୫ ନଗଦ ଟଙ୍କା, ୫୦ହଜାର ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ଥିବା ୫ଲକ୍ଷ ୨୦ହଜାର ୬ ଟଙ୍କା, ଏଲ୍‌ଆଇସିରେ ପ୍ରିମିୟମ ୭୦ହଜାର ୮୪୦ ଟଙ୍କା ଏଭଳି ସମୁଦାୟ ୪ କୋଟି ୦୩ ଲକ୍ଷ ୨୮ହଜାର ୮୬୯ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଆକଳନ କରାଯାଇଛି। ଦୁଶ୍ମନ୍ତ ନାୟକ ୧୯୯୬ରେ ସହକାରୀ ଶିକ୍ଷକ ଭାବେ ଏସ୍‌. ରାଉତପେଟା ସରକାରୀ ୟୁପି ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ କାଲି ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ଭିିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।