Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗିରଫ ହେଲେ କୋଟିପତି ଶିକ୍ଷକ
ଆଜିର ଖବର

ଗିରଫ ହେଲେ କୋଟିପତି ଶିକ୍ଷକ

December 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକଙ୍କ ଘର ଏବଂ ଅନ୍ୟାନ୍ୟ ଅଂଚଳରେ ଥିବା ବିଭିନ୍ନ ଘର ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ସଂପତ୍ତି ମୋଟ ପରିମାଣ ବ୍ୟୟକୁ ବାଦ୍ ଦେଇ ବେଆଇନ ଭାବେ ୨୫୬.୯% ପ୍ରତିଶତ ଅଧିକା ଆୟ କରିଥିବାରୁ ତାଙ୍କୁ ଆଜି ଭିଜିଲାନସ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି।

ଦୁଶ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ଏସ୍‌. ରାଉତପେଟା ସରକାରୀ ୟୁପି ସ୍କୁଲରେ କାର୍ଯ୍ୟରତ ଥିଲେ। ଗତ ୧.୫.୧୯୯୨ ରୁ ୧୫.୧୨.୨୦୨୦ ମଧ୍ୟରେ ଦରମା ଏବଂ ଅନ୍ୟାନ୍ୟ ବାବଦରେ ୧ କୋଟି ୨୭ ଲକ୍ଷ ୩୮ହଜାର ୨୭୦ ଟଙ୍କା ଆୟ କରିଥିବାବେଳେ ଏହି ସମୟ ମଧ୍ୟରେ ତାଙ୍କର ୫୧ଲକ୍ଷ ୮୧ହଜାର ୨୫୫ ଟଙ୍କା ଖର୍ଚ୍ଚ ହୋଇଛି।

କିନ୍ତୁ ଚଢ଼ାଉ ପରେ ତାଙ୍କ ମୋଟ ସଂପତ୍ତିର ମୂଲ୍ୟ ୪ କୋଟି ୨ ଲକ୍ଷ ୮୨ହଜାର ୪୬୩ ଟଙ୍କା ଠାବ କରାଯାଇଥିଲା। ତେଣୁ ସେ ବେଆଇନ ଭାବେ ଅଧିକ ୩ କୋଟି ୨୭ ଲକ୍ଷ ୨୫ହଜାର ୪୪୮ (୨୫୬.୯%) ଟଙ୍କାର କୌଣସି ହିସାବ ଦେଖାଇ ପାରିନଥିଲେ। ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ ହୋଇଥିବାବେଳେ ତାଙ୍କର ମଧ୍ୟ କିଛି ଆୟ ନଥିଲା। ତେଣୁ ଶ୍ରୀ ନାୟକ ବେଆଇନ ଭାବେ ବଡ଼ଧରଣର ସଂପତ୍ତି ଠୁଳ କରିଥିବାରୁ ତାଙ୍କୁ ଆଜି ଗିରଫ କରି କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

ଆୟ ବର୍ହିଭୂତ ସଂପତ୍ତି ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Latest News

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.