ଆସନ୍ତାକାଲିଠାରୁ ପ୍ରବଳ ଶୀତ, ପାଞ୍ଚୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି, ସତର୍କ କରାଇଲେ ଏସଆରସି

Published: Dec 29, 2020, 7:55 am IST

ଭୁବନେଶ୍ବର, ଆସନ୍ତା ଡିସେମ୍ବର 30 ତାରିଖରୁ ଜାନୁୟାରୀ 2 ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ହେବ। ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଶୀତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ, ଦେଓଗଡ, ବୌଦ୍ଧ ଏବଂ କନ୍ଧମାଳ। ଏଗୁଡିକୁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି। ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନେ ଏସଆରସି ସତର୍କ ରହିବା ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏପରି ଶୀତରେ ବିଭିନ୍ନ ରୋଗ ସହିତ ପଶୁପକ୍ଷୀମାନେ ବିପଦରେ ପଡିପାରନ୍ତି ବୋଲି ସତର୍କ କରାଯାଇଛି।

Related posts