ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଷ୍ଟ୍ରେନ୍‌ : ଦେଶରେ 6 ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ଚିହ୍ନଟ

Published: Dec 29, 2020, 10:50 am IST

ନୂଆଦିଲ୍ଲୀ: ନୂଆବର୍ଷ ଆସିବା ପୂର୍ବରୁ ଭାରତରେ କରୋନାକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଭାରତରେ କରୋନା ଭାଇରସର ନୂଆଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଦେଶରେ 6 ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ବ୍ରିଟେନ୍‌ ଫେରନ୍ତାଙ୍କଠାରେ ଏହି ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଏହି ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । 6 ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରେ ବେଙ୍ଗାଲୁରୁ ତିନିଜଣ ରହିଥିବାବେଳେ ହାଇଦ୍ରାବାଦରୁ 2 ଜଣ ଓ ପୁଣରେ ଜଣେ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର 25ରୁ ଡିସେମ୍ବର 23 ମଧ୍ୟରେ ୟୁକେରୁ ପ୍ରାୟ 33 ହଜାର ଲୋକ ବ୍ରିଟେନରୁ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ଟେଷ୍ଟ କରାଯାଇଛି । ଏହି ସମସ୍ତଙ୍କୁ ମଧ୍ୟରୁ ମୋଟ୍‌ 114ଜଣ କରୋନା ପଜିଟିଭ୍‌ ମିଳିଥିଲେ ।

Related posts