ନୂଆଦିଲ୍ଲୀ : ସୁପରଷ୍ଟାର ରଜୀନକାନ୍ତ ରାଜନୀତିରୁ ପାଦ ପଛକୁ ଘୁଞ୍ଚାଇଛନ୍ତି । ଗତ କିଛି ଦିନ ହେବ ଡାକ୍ତରଖାନାରୁ ଫେରିଥିବା ଅଭିନେତା ରଜନୀକାନ୍ତ ଆଜି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଡିସେମ୍ବର 31 ତାରିଖରେ ରଜନୀକାନ୍ତ ନିଜର ରାଜନୈତିକ ଦଳ ଘୋଷଣା କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏପରିକି ଚଳିତ ତାମିଲନାଡୁ ନିର୍ବାଚନରେ ରଜନୀକାନ୍ତଙ୍କ ଦଳ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଘୋଷଣା କରିଥିଲା । ତେବେ ଶେଷରେ ରାଜନୀତକୁ ନା କରିଛନ୍ତି ମେଗାଷ୍ଟାର ଜଣକ । ଏଥିପାଇଁ ସେ ତାଙ୍କ ପ୍ରଶଂସକଙ୍କନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ସେ କହିଛନ୍ତି ଯେ ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ବିନା ସେ ପୂର୍ବ ଭଳି ଲୋକଙ୍କ ପାଇଁ କାମ ଜାରି ରଖିବେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ।
ସୂଚନାଯୋଗ୍ୟ, 2021ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଡିଏମ୍କେ, ଏଆଇଡିଏମ୍କେ, କଂଗ୍ରେସ ବିଜେପି ଦଳ ପରି କମଲହାସନଙ୍କ ଦଳ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ । ରଜନୀକାନ୍ତ ରାଜନୀତିରେ ପ୍ରବେଶ ତଥା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନେଇ ସାଧାରଣରେ ଉତ୍ସାହ ଦେଖାଦେଇଥିବାବେଳେ ରାଜନୈତିକ ପାର୍ଟିଗୁଡିକ ମଧ୍ୟରେ ଛନ୍କା ମଧ୍ୟ ପଶିଥିଲା । ତେବେ ରଜନୀଙ୍କ ଏହି ଘୋଷଣା ଯଦିଓ ସାଧାରଣ ଲୋକଙ୍କ ମନକୁ ଟିକିଏ ଦୁଃଖୀ କରିଛି କିନ୍ତୁ ଅନ୍ୟ ରାଜନୈତିକ ଦଳଗୁଡିକୁ ଏକ ଖୁସିଖବର ଦେଇଛି ।