ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ

Published: Dec 30, 2020, 5:38 am IST

ନୂଆଦିଲ୍ଲୀ: ବିଶ୍ବ ମହମାରୀ କୋଭିଡ୍‌ କାରଣରୁ ୨୦୨୦ ବର୍ଷଟି ଆମ ସମସ୍ତଙ୍କୁ ପାଇଁ ସବୁଠୁ ଖରାପ ବର୍ଷ ଭାବେ କଟିଛି। ଅନେକ ଧନଜୀବନ ହାନି କରିଛି ଏହି ବର୍ଷ। ଲୋକେ ଚାକିରି ନ ପାଇ ରାସ୍ତା ଉପରକୁ ଆସିଛନ୍ତି। କରୋନା କାଳରେ ଦଶନ୍ଧିବର ସବୁଠୁ ଭୟର ବାତାବରଣ ଦେଖିଛି ଏ ପୃଥିବୀ। ଆଉ ଦୁଇ ଦିନ ପରେ ୨୦୨୦ ବର୍ଷ ବିଦାୟ ନେବ। ନୂଆବର୍ଷ ଆସିବ। ଆସନ୍ତା ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍‌ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ।

ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ।

ନୂଆ ବର୍ଷ ଅବସରରେ ଯଦି ଆପଣ ଧାତୁରେ ନିର୍ମିତ କଇଁଚ ଘରକୁ ଆଣିବେ ଏହା ଅତ୍ୟନ୍ତ ଶୁଭ ହେବ। ରୂପା, ପିତ୍ତଳ କିମ୍ବା ତମ୍ବାର କଇଁଚ ଆଣି ଏହାକୁ ଉତ୍ତର ଦିଗରେରଖିବା ଆବଶ୍ୟକ। ଏହାଦ୍ବାରା ଘରେ ସୁଖ-ସୌଭାଗ୍ୟ ରହିବ।

ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଅଛନ୍ତି ତେବେ ନୂଆ ବର୍ଷ ଅବସରରେ ନିଜ ଘରକୁ ମୋତି ଶଙ୍ଖ ଆଣନ୍ତୁ। ଏହି ଶଙ୍ଖକୁ ବିଧି ବିଧାନ ସହିତ ପୂଜା କରି ନିଜ ଆଲମାରୀ କିମ୍ବା ଅଫିସ୍‌ରେ ରଖନ୍ତୁ। ଏହା ଦ୍ବାରା ଆର୍ଥିକ ସଂକଟ ଦୂର ହେବା ସହିତ ଆମଦାନୀର ସ୍ତ୍ରୋତ ବଢିବ।

ଯଦି ଆପଣଙ୍କ କାମ ହେଉ ହେଉ ବିଗିଡି ଯାଉଛି, ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ୍‌ ଦେଉନାହିଁ ତେବେ ଆପଣ ନୂଆ ବର୍ଷରେ ଘରକୁ ମୟୂର ଚନ୍ଦ୍ରିକା ବା ପର ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭ ଓ ଚମତ୍କାରୀ। ଏହା ଭାଗ୍ୟକୁ ଚମକାଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ମୟୂର ପରର ଗୋଚ୍ଛା ଆଣିବେ ନାହିଁ କେବଳ ଗୋଟିଏ 3ଟି ମୟୂର ପର ଆଣିବେ।

ଯଦି ଘରେ କୌଣସି ସମସ୍ୟା ସଦାସର୍ବଦା ରହୁଛି, ତେବେ ଆପଣ ପଦ୍ମବୀଜ ମାଳା ଆଣନ୍ତୁ। ଏହା ମାଳା ଧନ ପ୍ରାପ୍ତି କରାଇଥାଏ। ଏହା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଏହାକୁପୂଜା ଘରେ ରଖି ନିଜ ଇଷ୍ଟଦେବୀଙ୍କ ସ୍ମରଣ କରିବା ଦ୍ବାରା ଘରୁ ଦୁଃଖ ଦୂର ହୋଇଥାଏ। ଏହା ସହିତ ଆଗାମୀ ସମୟରେ ଆସିବାକୁ ଥିବା ସମସ୍ତ ବିପତ୍ତିରୁ ମଧ୍ୟ ରକ୍ଷା ମିଳିଥାଏ।

Related posts