ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୮୩ ଜଣ କରୋନା ଆକ୍ରାନ୍ତ

Published: Dec 29, 2020, 8:46 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୫୨, ଝାରସୁଗୁଡାରୁ ୩୬, ଖୋର୍ଦ୍ଧାରୁ ୩୫, ଅନୁଗୁଳରୁ ୩୨, କଟକରୁ ୨୬, ନୂଆପଡ଼ାରୁ ୨୫, ପୁରୀରୁ ୨୪, ମୟୂରଭଞ୍ଜରୁ ୨୧, ସମ୍ବଲପୁରରୁ ୧୮, ବଲାଙ୍ଗିରିରୁ ୧୫, ବାଲେଶ୍ବରରୁ ୧୪, ଯାଜପୁରରୁ ୧୨, କେନ୍ଦ୍ରାପଡାରୁ ୧୩, ବରଗଡରୁ ୧୦, କେନ୍ଦୁଝରରୁ ୧୦, କଳାହାଣ୍ଡିରୁ ୭, ଜଗତସିଂହପୁରରୁ ୬, ନବରଙ୍ଗପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କୋରାପୁଟରୁ ୨, ମାଲକାନାଗିରିରୁ ୨, ନୟାଗଡରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୪ ହଜାର ୭୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧ କୁ ବୃଦ୍ଧି ହୋଇଛି। ତେବେ ୨୩୦୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts