Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାବ୍ରେଟୋରୀ ସହାୟକଙ୍କ ଘରେ ଭିଜିଲାନସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ
ଆଜିର ଖବର

ଲାବ୍ରେଟୋରୀ ସହାୟକଙ୍କ ଘରେ ଭିଜିଲାନସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ

December 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ହେଲା ବ୍ରହ୍ମପୁର ଭିଜିଲାନସ ବିଭାଗ ସଂପୂର୍ଣ୍ଣ ଏକ୍ସନ ମୋଡ଼୍‌ରେ ଅଛି। ଗତକିଛି ଦିନ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାରିଚାରି ଜଣଙ୍କ ଘରେ ଭିଜିଲାନସ ଚଢ଼ାଉ ହେବା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଆଜି ମଧ୍ୟ ସେସ୍ପାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚିକିଟି କଲେଜରେ କାର୍ଯ୍ୟରତ ଲାବ୍ରୋଟରୀ ସହାୟକ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ସକାଳୁ ସକାଳୁ ଚଢ଼ାଉ ହୋଇଥିଲା।

ଅଧିକାରୀମାନେ ଏକକାଳୀନ ବ୍ରହ୍ମପୁର ଶ୍ରୀଟାୱାର ଷଷ୍ଠ ଫ୍ଲୋର୍‌ରେ ଥିବା ଫ୍ଲାଟ୍‌, ଗାନ୍ଧିନଗର ପଞ୍ଚମଗଳି ସ୍ପେକ୍ଟ୍ରମ କଲେଶନୀ ସରୋବର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ଭୁବନେଶ୍ୱର ବିଜେପି ନଗର ପ୍ରନଥ ଏନ୍‌କ୍ଲେଭ୍‌ରେ ଥିବା ଫ୍ଲାଟ୍‌, ଚିକିଟି ଗଡ଼ରେ ଥିବା ପୈତୃକ ଘର, ଚିକିଟି ଗଡ଼ରେ ଥିବା ଶ୍ୱଶୁର ଘର, ଚିକିଟି କଲେଜର ଅଫିସ୍ ଚାମ୍ବରରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରାୟ ଏକକୋଟିର ଉର୍ଦ୍ଧ୍ୱ ସ୍ଥାବର ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

ଶ୍ରୀଟାୱାର ଥିବା ଫ୍ଲାର୍ଟର ମୂଲ୍ୟ ୨୦ଲକ୍ଷ ୬୨ହଜାର ୫୪୭ ଟଙ୍କା, ସେକ୍ଟ୍ରମ କଲୋନୀ ସରବୋର ଆପାର୍ଟମେଣ୍ଟରେ ଥିବା ଫ୍ଲାଟର ମୂଲ୍ୟ ୧୨ଲକ୍ଷ ୫୦ହଜାର ୧୮୧ ଟଙ୍କା, ଭୁବନେଶ୍ୱର ବିଜେପି ନଗରରେ ଥିବା ଫ୍ଲାର୍ଟର ମୂଲ୍ୟ ୩୧ ଲକ୍ଷ ୧୦ହଜାର ୭୫୭ଟଙ୍କା, ୩ଟି ସ୍ଥାନରେ ଜାଗା, ଯାହାର ମୂଲ୍ୟ ୧୩ ଲକ୍ଷ ୭ହଜାର ୫୭୫ଟଙ୍କା, ଚିକିଟି ଗଡ଼ରେ ଥିବା ପୈତୃକ ଘର ଯାହାର ମୂଲ୍ୟ ୨୬ ଲକ୍ଷ ୨୫ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେହିପରି ଘର ପ୍ରସାଦ ସାମଗ୍ରୀ ଯାହାର ମୂଳ୍ୟ ୬ଲକ୍ଷ ୬୨ହଜାର ୭୨୩ ଟଙ୍କା, ନଗଦ ୨୦,୫୭୦ଟଙ୍କା, ୨ଲକ୍ଷ ୧୯ହଜାର ୨୨୯ ଟଙ୍କା ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୮ଲକ୍ଷ ୭୨୫୫ ଟଙ୍କାର ଡ଼ିପୋଜିଟ୍‌, ଆଇ-୧୦ କାର୍ ଯାହାର ମୂଲ୍ୟ ୪ଲକ୍ଷ, ହୋଣ୍ଡା ୟୁନିକନ୍ ଯାହାର ମୂଲ୍ୟ ୬୫ହଜାର, ହୋଣ୍ଡା ଏଭିଏଟର ଯାହାର ମୂଲ୍ୟ ୬୫ହଜାର, ଗୋଟିଏ ଟ୍ରିପର ଟ୍ରକ ଯାହର ମୂଲ୍ୟ ୧୩ ଲକ୍ଷ ୫୦ହଜାର ଟଙ୍କା, ଗୋଟିଏ ଟ୍ରାକ୍ଟର ଯାହାର ମୂଲ୍ୟ ୫ଲକ୍ଷ ୫୫ହଜାର ଟଙ୍କା। ମୋଟ ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

କୈଳାସ ଚନ୍ଦ୍ର ମହାନ୍ତି ୨୦୦୮ ମସିହାରେ ଲାବ୍ରୋଟରୀ ଆସିଷ୍ଟାଷ୍ଟ ରୂପେ କଣ୍ଟ୍ରାଚୁଆଲ୍‌ରେ ରହିଥିଲେ। ପରେ ୨୦୧୪ରେ ତାଙ୍କର ରେଗୁଲାର ହୋଇଥିଲା। ଅଧିକ ଅନୁସନ୍ଧାନ ଜାରି ରହିଥିବାବେଳେ କାଲି ମୋଟ ସଂପତ୍ତିର ଆକଳନ କରାଯିବ ବୋଲି ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

ବ୍ରହ୍ମପୁର ଭିଜିଲାନସ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.