Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଶ୍ଚର୍ଯ୍ୟ ଲାଗିଲେ ବି ସତ‌ : ପରିବା ଓ ଫଳରୁ ଜଳାଉଛନ୍ତି ବିଦ୍ୟୁତ୍‌ ବଲ୍‌, ମୋବାଇଲ୍‌ ବି ହେଉଛି ଚାର୍ଜ
ଆଜିର ଖବର

ଆଶ୍ଚର୍ଯ୍ୟ ଲାଗିଲେ ବି ସତ‌ : ପରିବା ଓ ଫଳରୁ ଜଳାଉଛନ୍ତି ବିଦ୍ୟୁତ୍‌ ବଲ୍‌, ମୋବାଇଲ୍‌ ବି ହେଉଛି ଚାର୍ଜ

December 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଝାରଖଣ୍ଡ : ଆମେ ପରିବା ଓ ଫଳ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ପରିବା ଓ ଫଳରୁ ଇଲେକ୍ଟ୍ରିକ୍‌ ଶକ୍ତି ପାଇପାରିବେ  କିମ୍ବା ବିଦ୍ୟୁତ୍‌ ବଲବ୍‌ ଜଳାଇପାରିବେ । ଝାରଖଣ୍ଡ ଚକ୍ରଧରପୁରରେ ରହୁଥିବା ଜଣେ ଯୁବକ ଏଭଳି ଏକ ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି । ଏହି ଯୁବକଙ୍କ ନାମ ହେଉଛି ରୋବିନ୍‌ ଶାହନୀ । ରୋବନୀ ଗାଜର, କଞ୍ଚାଲଙ୍କା, ପିଜୁଳି ଆଦି ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରିପାରୁଛନ୍ତି ।

ରସାୟନ ଓ ଭୌତିକ ବିଜ୍ଞାନର ମିଶ୍ରଣରେ ରୋବିନ୍‌ ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରୁଥିବାର ଦାବି କରିଛନ୍ତି ।  ରୋବିନ୍‌ଙ୍କର ଏହି କାର୍ଯ୍ୟକୁ ଦେଖିବା ପାଇଁ ଦୂର ଦୂରରୁ ଲୋକେ ଆସୁଛନ୍ତି । ରୋବିନ୍‌ କହିଛନ୍ତି ଯେ, ପରବା ଓ ଫଳରେ ମଧ୍ୟ ବ୍ୟାଟେରୀ ପରି ରସାୟନ ଗୁଣ ମହଜୁଦ୍‌ ରହିଛି ବୋଲି କହିଛନ୍ତି ରୋବିନ୍‌ । କେବଳ ଏହି ସବୁ ପରିବା ଓ ଫଳଗୁଡିକରେ ଭୌତିକ ଓ ରସାୟନ ବିଜ୍ଞାନର ପଦ୍ଧତିକୁ ଆପଣାଇ ଏଥିରେ କୋପର ଓ ଜିଙ୍କ୍‌ର ପ୍ଲେଟ୍‌ ଦ୍ବାରା ସଂଯୋଗ କରିବା ଦ୍ବାରା ବିଜୁଳି ଉତ୍ପାଦନ କରିହେବ । ଏହା କୌଣସି ଯାଦୁଖେଳ ନୁହେଁ ବରଂ ବିଜ୍ଞାନ ଓ ରାସାୟନିକ ପ୍ରୟୋଗ ବିଧିର ଏକ ଖେଳ ବୋଲି କହିଛନ୍ତି ରୋବିନ୍‌ । ପରିବା ଓ ଫଳରୁ ମିଳୁଥିବା ରସାୟନ ପଦାର୍ଥରୁ ବିଜୁଳି ଉତ୍ପାଦନରେ ସାହାଯ୍ୟ କରିଥାଏ । ରୋବିନ୍‌ ଏପର୍ଯ୍ୟନ୍ତ ପ୍ରୟୋଗ କରିଥିବା ସମସ୍ତ ବିଧିକୁ ଲେଖି ଏକ ଦସ୍ତାବିଜ୍‌ ମଧ୍ୟ ପ୍ରସ୍ତୁତକରିଛନ୍ତି ।

सब्जी और फल को बैटरी बनाकर जलाता है बल्ब.

ଗାଜରକୁ ଏକ ବ୍ୟାଟେରୀ ରୂପେ ପରିଣତ କରି ଏଥିରୁ 5 ଭୋଲ୍ଟର ବିଜୁଳି ଉତ୍ପାଦନ କରୁଛନ୍ତି । ଏଥିରେ 3 ଭୋଲ୍ଟର ଏଲଇଡି ଲାଇଟ୍‌ ଆରାମରେ ଜଣାଇପାରୁଛନ୍ତି । ସେହିପରି ଏହି ଗାଜର ଦ୍ବାରା ଆପଣ ମୋବାଇଲ୍‌ ଚାର୍ଜ ବି କରିପାରିବେ ବୋଲି କହିଛନ୍ତି ରୋବିନ୍‌ । ଗାଜର ବ୍ୟାଟେରୀ ଏକ ପାଓ୍ବାର ବ୍ୟାଙ୍କ୍‌ ରୂପେ ମଧ୍ୟ କାର୍ଯ୍ୟ କରିବ ।

 गाजर बनी बैटरी एक पवार बैंक भी बन जाएगी.

ଏକ ଗରିବ ପରିବାରର ଜନ୍ମିତ ରୋବିନ୍‌ ସାହାନୀ  ଚକ୍ରଧରପୁରର ପୋଟକାର ଆଠ ବାଇ ଆଠର ଏକ ଛୋଟ ଝୋପଡି ରହୁଛନ୍ତି । ଏହି ଛୋଟ ଘରେ ରୋବିନ୍‌ ମାତା ପିତା, ଭାଇ ଓ ଚାରି ଭଉଣୀଙ୍କ ସହିତ ରହୁଛନ୍ତି ।

ରୋବିନ୍‌ ବିହାରର ଦରଭଙ୍ଗା ଜିଲ୍ଲାରେ ଏକାଦଶ ଶ୍ରେଣୀରେ ପଠ ପଢୁଛନ୍ତି । ସେ ପିଲାବେଳରୁ ବୈଜ୍ଞାନିକ ହେବା ନେଇ ସ୍ବପ୍ନ ଦେଖିଛନ୍ତି । ଏଥିପାଇଁ ସେ ସର୍ବଦା ରାସାୟନିକ ପ୍ରୟୋଗ ବିଧି ଦ୍ବାରା କିଛି ନୂଆ କରିବାର ପ୍ରୟାସ କରନ୍ତି । ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ୍‌ କଲାମ୍‌ଙ୍କୁ ରୋବିନ୍‌ ନିଜର ଆଦର୍ଶ ମାନନ୍ତି । ତାଙ୍କ ପରି ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାକୁ ଚାହାନ୍ତି ବୋଲି କହିଛନ୍ତି ରୋବିନ୍‌ । ରୋବିନ୍‌ଙ୍କ ପ୍ରତିଭାକୁ ଦେଖି ସରକାର ତାଙ୍କ ପରି ପ୍ରତିଭାଶୀଳ ପିଲାକୁ ସାହାଯ୍ୟ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026
Latest News

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.