ଝାରଖଣ୍ଡ : ଆମେ ପରିବା ଓ ଫଳ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ପରିବା ଓ ଫଳରୁ ଇଲେକ୍ଟ୍ରିକ୍ ଶକ୍ତି ପାଇପାରିବେ କିମ୍ବା ବିଦ୍ୟୁତ୍ ବଲବ୍ ଜଳାଇପାରିବେ । ଝାରଖଣ୍ଡ ଚକ୍ରଧରପୁରରେ ରହୁଥିବା ଜଣେ ଯୁବକ ଏଭଳି ଏକ ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି । ଏହି ଯୁବକଙ୍କ ନାମ ହେଉଛି ରୋବିନ୍ ଶାହନୀ । ରୋବନୀ ଗାଜର, କଞ୍ଚାଲଙ୍କା, ପିଜୁଳି ଆଦି ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରିପାରୁଛନ୍ତି ।
ରସାୟନ ଓ ଭୌତିକ ବିଜ୍ଞାନର ମିଶ୍ରଣରେ ରୋବିନ୍ ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରୁଥିବାର ଦାବି କରିଛନ୍ତି । ରୋବିନ୍ଙ୍କର ଏହି କାର୍ଯ୍ୟକୁ ଦେଖିବା ପାଇଁ ଦୂର ଦୂରରୁ ଲୋକେ ଆସୁଛନ୍ତି । ରୋବିନ୍ କହିଛନ୍ତି ଯେ, ପରବା ଓ ଫଳରେ ମଧ୍ୟ ବ୍ୟାଟେରୀ ପରି ରସାୟନ ଗୁଣ ମହଜୁଦ୍ ରହିଛି ବୋଲି କହିଛନ୍ତି ରୋବିନ୍ । କେବଳ ଏହି ସବୁ ପରିବା ଓ ଫଳଗୁଡିକରେ ଭୌତିକ ଓ ରସାୟନ ବିଜ୍ଞାନର ପଦ୍ଧତିକୁ ଆପଣାଇ ଏଥିରେ କୋପର ଓ ଜିଙ୍କ୍ର ପ୍ଲେଟ୍ ଦ୍ବାରା ସଂଯୋଗ କରିବା ଦ୍ବାରା ବିଜୁଳି ଉତ୍ପାଦନ କରିହେବ । ଏହା କୌଣସି ଯାଦୁଖେଳ ନୁହେଁ ବରଂ ବିଜ୍ଞାନ ଓ ରାସାୟନିକ ପ୍ରୟୋଗ ବିଧିର ଏକ ଖେଳ ବୋଲି କହିଛନ୍ତି ରୋବିନ୍ । ପରିବା ଓ ଫଳରୁ ମିଳୁଥିବା ରସାୟନ ପଦାର୍ଥରୁ ବିଜୁଳି ଉତ୍ପାଦନରେ ସାହାଯ୍ୟ କରିଥାଏ । ରୋବିନ୍ ଏପର୍ଯ୍ୟନ୍ତ ପ୍ରୟୋଗ କରିଥିବା ସମସ୍ତ ବିଧିକୁ ଲେଖି ଏକ ଦସ୍ତାବିଜ୍ ମଧ୍ୟ ପ୍ରସ୍ତୁତକରିଛନ୍ତି ।
ଗାଜରକୁ ଏକ ବ୍ୟାଟେରୀ ରୂପେ ପରିଣତ କରି ଏଥିରୁ 5 ଭୋଲ୍ଟର ବିଜୁଳି ଉତ୍ପାଦନ କରୁଛନ୍ତି । ଏଥିରେ 3 ଭୋଲ୍ଟର ଏଲଇଡି ଲାଇଟ୍ ଆରାମରେ ଜଣାଇପାରୁଛନ୍ତି । ସେହିପରି ଏହି ଗାଜର ଦ୍ବାରା ଆପଣ ମୋବାଇଲ୍ ଚାର୍ଜ ବି କରିପାରିବେ ବୋଲି କହିଛନ୍ତି ରୋବିନ୍ । ଗାଜର ବ୍ୟାଟେରୀ ଏକ ପାଓ୍ବାର ବ୍ୟାଙ୍କ୍ ରୂପେ ମଧ୍ୟ କାର୍ଯ୍ୟ କରିବ ।
ଏକ ଗରିବ ପରିବାରର ଜନ୍ମିତ ରୋବିନ୍ ସାହାନୀ ଚକ୍ରଧରପୁରର ପୋଟକାର ଆଠ ବାଇ ଆଠର ଏକ ଛୋଟ ଝୋପଡି ରହୁଛନ୍ତି । ଏହି ଛୋଟ ଘରେ ରୋବିନ୍ ମାତା ପିତା, ଭାଇ ଓ ଚାରି ଭଉଣୀଙ୍କ ସହିତ ରହୁଛନ୍ତି ।
ରୋବିନ୍ ବିହାରର ଦରଭଙ୍ଗା ଜିଲ୍ଲାରେ ଏକାଦଶ ଶ୍ରେଣୀରେ ପଠ ପଢୁଛନ୍ତି । ସେ ପିଲାବେଳରୁ ବୈଜ୍ଞାନିକ ହେବା ନେଇ ସ୍ବପ୍ନ ଦେଖିଛନ୍ତି । ଏଥିପାଇଁ ସେ ସର୍ବଦା ରାସାୟନିକ ପ୍ରୟୋଗ ବିଧି ଦ୍ବାରା କିଛି ନୂଆ କରିବାର ପ୍ରୟାସ କରନ୍ତି । ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ୍ କଲାମ୍ଙ୍କୁ ରୋବିନ୍ ନିଜର ଆଦର୍ଶ ମାନନ୍ତି । ତାଙ୍କ ପରି ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିବାକୁ ଚାହାନ୍ତି ବୋଲି କହିଛନ୍ତି ରୋବିନ୍ । ରୋବିନ୍ଙ୍କ ପ୍ରତିଭାକୁ ଦେଖି ସରକାର ତାଙ୍କ ପରି ପ୍ରତିଭାଶୀଳ ପିଲାକୁ ସାହାଯ୍ୟ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।