ରାଜ୍ୟରେ ଆଜି ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Dec 30, 2020, 11:52 am IST

ଭୁବନେଶ୍ବର: ରାଜ୍ୟରେ ଆଜି ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୩୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ହଜାର ୩୦୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୪ହଜାର ୭୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୬୦୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୬୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୩୦୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାରୁ ୨୮ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳଜିଲ୍ଲା ରୁ ୨୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୪ ଜଣ, ବରଗଡ଼ ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲା ରୁ ୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬ ଜଣ, ବୌଦ୍ଧ ଜିଲ୍ଲା ରୁ ୩ ଜଣ,  କଟକରୁ ୨୩ ଜଣ, ଦେଓଗଡରୁ ୪ ଜଣ, ଗଞ୍ଜାମରୁ ୧ ଜଣ, ଜଗତସିଂପୁର ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ୧୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୫, କନ୍ଧମାଳ ଜିଲ୍ଲାରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୧୦ଜଣ, କେନ୍ଦୁଝର ଜିଲ୍ଲାରୁ ୧୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩ ଜଣ, କୋରାପୁଟ ଜିଲ୍ଲାରୁ ୧, ମୟୁରଭଞ୍ଜ ଜିଲ୍ଲାରୁ ୧୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧ ଜଣ, ନୟାଗଡ ଜିଲ୍ଲା ରୁ ୬ ଜଣ,  ନୂଆପଡ଼ା ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲା ରୁ ୧ ଜଣ, ରାୟଗଡା ଜିଲ୍ଲା ରୁ ୧ ଜଣ, ସୋନପୁର ଜିଲ୍ଲା ରୁ ୩ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts