Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱିକନ୍ ୨୦୨୦ରେ ଯୋଗ ଦେଲେ ବିଶ୍ୱର ବିଶିଷ୍ଟ ବିଶେଷଜ୍ଞ
ଆଜିର ଖବର

ୱିକନ୍ ୨୦୨୦ରେ ଯୋଗ ଦେଲେ ବିଶ୍ୱର ବିଶିଷ୍ଟ ବିଶେଷଜ୍ଞ

December 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୁଇ ଦିନିଆ ୬ଷ୍ଠ ଆଇଇଇଇ ଇନ୍‌ଟର୍‌ନ୍ୟାସ୍‌ନାଲ୍ ୱିମେନ୍ ଇନ୍ ଇଞ୍ଜିନିୟରିଂ (ଡବ୍ଲୁଆଇଇ) କର୍ମଶାଳା (ୱିକନ୍‌ଇସିଇ) ରବିବାର ଶେଷ ହୋଇଥିବା ବେଳେ ଏହି କର୍ମଶାଳାରେ ବିଭିନ୍ନ ଦେଶର ବିଶିଷ୍ଟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ହେଉଛି ବିଶ୍ୱର ବୃହତମ ବୈଷୟିକ ବୃତିଗତ ଅନୁଷ୍ଠାନ ଯାହାକି ମଣିଷ ସମାଜର ଉନ୍ନତି ନିମନ୍ତେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବା ନେଇ ଉତ୍ସର୍ଗୀକୃତ। ତେବେ ଡବ୍ଲୁଆଇଇ ବିଶ୍ୱବ୍ୟାପୀ ମହିଳା ଇଞ୍ଜିନିୟର ମାନଙ୍କର ସହଭାଗିତା ନେଇ କାର୍ଯ୍ୟ କରୁଛି।

ଏହି ସମ୍ମିଳନୀ ଆଇଇଇଇ ବାଂଲାଦେଶ ଶାଖା, ଆଇଇଇଇ କୋଲ୍‌କାତା ଶାଖା ଏବଂ ଆଇଇଇଇ ଭୁବନେଶ୍ୱର ଉପଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ବେଳେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର୍ ସାଇନ୍ସ କ୍ଷେତ୍ରର ଆଗଧାଡିର ଶିକ୍ଷା ଗବେଷକ ଏବଂ ସ୍କଲାରମାନଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ୱିକନ୍ -୨୦୨୦ର ଜେନେରାଲ୍‌ ଚେୟାର ପ୍ରଫେସର ରେଣୁ ଶର୍ମା।

ଏହି କର୍ମଶାଳା ଗବେଷକ, ଶିକ୍ଷାବିତ୍‌ମାନଙ୍କୁ ଏକାଠି କରିବା ସହ ଇଲେକ୍ଟ୍ରିକାଲ୍ ଓ କମ୍ପ୍ୟୁଟର ଇଞ୍ଜିନିୟରିଂକ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରାଯାଇଥିଲା। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହି କର୍ମଶାଳାକୁ ଭର୍ଚୁଆଲ୍‌ମାନ ଆୟୋଜନ କରାଯାଇଥିଲା ବୋଲି ପ୍ରଫେସର ଶର୍ମା କହିଛନ୍ତି। କାନାଡା ସ୍ଥିତ ସାଇମନ୍ ଫ୍ରେଜର ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଆଇଇଇଇର ଲାଇଫ୍ ଫେଲୋ ପ୍ରଫେସର ଲିଜାନା ଟ୍ରାଜ୍‌କୋଭିକ୍ ଏବଂ ଆଇଇଇଇ ରିଜିଅନ୍ ୧୦ ନିର୍ଦ୍ଦେଶକ ପ୍ରଫେସର ଆକିନୋରି ନିଶିହାରା କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଇଇଇ ଇଣ୍ଡିଆ କାଉନ୍‌ସିଲ୍‌ର ଚେୟାର ପ୍ରଫେସର ଏସ୍‌.ଏନ୍‌, ସିଂହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ୟୁଏସ୍‌ଏ ସ୍ଥିତ ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ନୋଏଲ୍ ଏନ୍‌. ସ୍କଲ୍‌ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୟୁଏସ୍‌ଏ ସ୍ଥିତ କାନ୍‌ସସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବୋଜେନା ପାସିକ୍‌-ଡନକାନ୍ ଏବଂ ଆଇଇଇଇ ଇଣ୍ଡିଆନ୍ କାଉନ୍‌ସିଲ୍‌ର ଚେୟାର-ଇଲେକ୍ଟ ଶ୍ରୀ ସୁରେଶ ନାୟର୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଆଇଆଇଟି ଦିଲ୍ଲୀର ପ୍ରଫେସର ଜି. ଭୁବନେଶ୍ୱରୀ ଏବଂ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍‌ଷ୍ଟିଚ୍ୟୁଟ୍ କୋଲ୍‌କାତାର ପ୍ରଫେସର ସୁଶ୍ମିତା ମିଶ୍ର ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ଆନ୍‌ଟେନା, ମାଇକ୍ରୋୱେଭ୍ ଆଣ୍ଡ ଆର୍‌ଏଫ୍ ଇଞ୍ଜିନିୟରିଂ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, କମ୍ପ୍ୟୁଟର୍ ନେଟୱର୍କସ ସିକ୍ୟୁରିଟି ଆଣ୍ଡ ଆଇଓଟି, ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ବାୟୋଇନ୍‌ଫୋମାଟିକ୍ସ, କ୍ଲାଉଡ୍‌, ବିଗ୍ ଡାଟା ଆଣ୍ଡ ଆଇସିଟି, ପାୱାର ଇଲେକ୍ଟ୍ରୋନିକ୍ସ, ରୋବୋଟିକ୍ସ, କଂଟ୍ରୋଲ୍ ଆଣ୍ଡ ଅଟୋମେସନ୍ ଓ ୱେୟାରଲେସ୍ ଆଣ୍ଡ ଅପ୍ଟିକାଲ୍ କମ୍ୟୁନିକେସନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା।

କର୍ମଶାଳାରେ ୪୦୦ରୁ ଅଧିକ ସନ୍ଦର୍ଭ ପ୍ରଦାନ କରାଯାଇଥିବା ବେଳେ ୧୧୫ଟି କୁ ଗ୍ରହଣ କରାଯାଇଥିବା ପ୍ରଫେସର ଶର୍ମା କହିଛନ୍ତି। ଏହି ସମ୍ମିଳନୀ ମଧ୍ୟରେ ଆଇଇଇଇ ପାୱାର ଆଣ୍ଡ ଏନର୍ଜି ସୋସାଇଟି (ପିଇଏସ୍‌), ୱିମେନ୍ ପାୱାର ସବ୍‌ମିଟ୍ ଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ ଛାତ୍ରୀମାନେ ସେମାନଙ୍କର ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ।

ଆଇଇଇଇ ବାଂଲାଦେଶ ଶାଖାର ଚେୟାର ପ୍ରଫେସର ସେଲିଆ ସାହାନାଜ୍ ଏବଂ ୱକନ୍‌-୨୦୨୦ର ଟେକ୍ନିକାଲ୍ ପ୍ରୋଗ୍ରାମ୍ ଚେୟାର ପ୍ରଫେସର ସେଖ୍ ଏ. ଫତାହା ଏହି କର୍ମଶାଳାର ମୁଖ୍ୟ ମାର୍ଗଦର୍ଶକ ଥିବା ବେଳେ କାର୍ଯ୍ୟକ୍ରମଟିକୁ ସଫଳ କରିବା ଦିଗରେ ଆଇଇଇଇ ଭୁବନେଶ୍ୱର ଉପଶାଖାର ଚେୟାର ପ୍ରଫେସର ଏ.କେ. ତ୍ରିପାଠୀ, ସଚିବ ପ୍ରଫେସର ଶୁଭ୍ରାଂଶୁ ସାମନ୍ତରାୟ ଏବଂ ଅର୍ଗାନାଇଜିଂ ଚେୟାର ପ୍ରଫେସର ତନ୍ମୟ ଆର୍‌. ଚୌଧୁରୀ ଅନେକ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ

July 30, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026
Latest News

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ

July 30, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ: ପଢନ୍ତୁ ଆଜିର ରାଶିଫଳ

July 30, 2026

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.