ଜାନୁୟାରୀ ମାସ ପାଇଁ ଗାଇଡ ଲାଇନ ଜାରି: ସିନେମା ହଲ ଏବଂ ଯାତ୍ରା ପାଇଁ ମିଳିଲା ଅନୁମତି

Published: Dec 30, 2020, 8:39 pm IST

ଭୁବନେଶ୍ବର: ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି। ଡିସେମ୍ବର ୩୧ ତାରିଖ ଏବଂ ନୂଆ ବର୍ଷ ପାର୍ଟି ପାଇଁ ବାରଣ କରାଯାଇଛି। ଜାନୁୟାରୀ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲାଗିଛି। ଜାନୁୟାରୀ ୩୧ ତାରିଖ ଯାଏଁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।

ସିନେମା ହଲ ଏବଂ ଯାତ୍ରା ଖୋଲିବା ନେଇ ଅନୁମତି ମିଳିଛି। କୋଭିଡ ଗାଇଡ ଲାଇନ ଅନୁସାରେ ଯାତ୍ରା ଏବଂ ସିନେମା ହଲ ଖୋଲିପାରିବ। ସେଥିପାଇଁ  ୫୦ ପ୍ରତିଶତ ଦର୍ଶକ ସିନେମା ହଲରେ ପ୍ରବେଶ କରିପାରିବେ। ସ୍ଥାନୀୟ ପ୍ରଶାସନର ଅନୁମତିରେ ଯାତ୍ରା ବା ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିପାରିବ। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଚାଲିପାରିବ। ବିବାହ ଉତ୍ସବ ପାଇଁ ୨୦୦ ଲୋକ ଏବଂ ମୃତ କାର୍ଯ୍ୟରେ ୧୦୦ ଲୋକଙ୍କ ପାଇଁ ଅନୁମତି ମିଳିଛି।

ଏହା ସହିତ କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିପାରିବ। ହେଲେ ସ୍କୁଲ, କଲେଜ ଖୋଲିବା ପାଇଁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବିଭାଗୀୟ କର୍ତ୍ତୁପକ୍ଷ। ତେବେ ପରୀକ୍ଷା, ଖାତା ମୂଲ୍ୟାୟନ, ଅନଲାଇନ ପାଠ ପଢା ଜାରି ରହିବ।

Related posts