ନବୀନଙ୍କ ରାସ୍ତାରେ ନିରଞ୍ଜନ , ୨ଟି ଆସନରୁ ଲଢିବା ନେଇ ଚର୍ଚ୍ଚା

Published: Mar 30, 2019, 4:48 pm IST
nirajan will be contest in two Assembly seat

ନବୀନଙ୍କଙ୍କ ପରି ନିରଞ୍ଜନ ମଧ୍ୟ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପିସିସି ମୁଖିଆ ନିରଂଜନ ପଟ୍ଟନାୟକ ମଧ୍ୟ ଘସିପୁରା ଏବଂ ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହେବାନେଇ ଖବର ମିଳିଛି। ଏନେଇ ସଙ୍କେତ ଦେଇଛନ୍ତି କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ପ୍ରଧାନ। କେନ୍ଦୁଝର ରାଜନୀତି ପାଇଁ ନିରଂଜନ ଏବଂ ବିଜେଡି ନେତା ବଦ୍ରି ପାତ୍ରଙ୍କ ମଧ୍ୟରେ ସବୁବେଳେ ଟକ୍କର ଲାଗି ରହିଥାଏ। କିଛିଦିନ ତଳେ ଆନନ୍ଦପୁର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ପରେ ଏହି ବିବାଦ ବେଶି ବଢିଯାଇଛି। ଏହି ହତ୍ୟାକାଣ୍ଡରେ ବଦ୍ରିଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଯାହାପରେ ବଦ୍ରି ଏହାର ପ୍ରତିକ୍ରିୟା ଦେବା ସହ ନିରଂଜନଙ୍କୁ ସମାଲୋଚନା କରିଥିଲେ। ଏପରିକି ତାଙ୍କ ବିରୋଧରେ ପ୍ରାର୍ଥୀ ହେବା ପାଇଁ ନିରଂଜନଙ୍କୁ ଆହ୍ୱାନ କରିଥିଲେ। ନିରଂଜନ ମଧ୍ୟ ଏହି ଆହ୍ୱାନକୁ ସ୍ୱୀକାର କରିଥିବା କହିଥିଲେ। ଆଜି କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଏନେଇ ସଙ୍କେତ ଦେଇଛନ୍ତି। ନିରଂଜନ ଘସିପୁରା ଏବଂ ଭଣ୍ଡାରୀପୋଖରୀ ଆସନରୁ ଲଢିବେ ବୋଲି ସେ କହିଛନ୍ତି।

Related posts