ପାଳିତ କୁକୁର ଓ ସ୍ତ୍ରୀ ନାମରେ ସମ୍ପତ୍ତିକୁ ଭାଗ କଲେ ବ୍ୟକ୍ତି

Published: Dec 31, 2020, 11:52 am IST

ଛିନ୍ଦଓ୍ବାଡା: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରୁ ଏକ ଅଦ୍ଭୁତମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ କୃଷକ ନିଜ ପୁଅର ବ୍ୟବହାରରେ ବ୍ୟସ୍ତ ବିବ୍ରତ ହୋଇ ନିଜ ସମ୍ପତ୍ତିର ଅଧାଭାଗ ନିଜ କୁକୁର ନାମରେ କରିଥିବାବେଳେ ଆଉ ଅଧା ଭାଗ ନିଜ ସ୍ତ୍ରୀ ଚମ୍ପା ନାମରେ କରିଦେଇଛନ୍ତି। କୃଷକଙ୍କ ଏପରି ନିଷ୍ପତ୍ତିକୁ ନେଇ ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି।

ବାଡିବାଡା ଗ୍ରାମ ନିବାସୀ ଓମ୍‌ ନାରାୟଣ ନିଜ ବିଶ୍ବସ୍ତ କୁକୁରକୁ ନିଜ ସମ୍ପତ୍ତିର ପଚାଶ ପ୍ରତିଶତ ଦାବିଦାର ବନାଇଛନ୍ତି। ଆଉ ଅଧାଭାଗ ନିଜ ସ୍ତ୍ରୀ ନାମରେ କରଛନ୍ତି। ନାରାୟଣ ନିଜ ପୁଅର ବ୍ୟବହାରରେ ଅତିଷ୍ଠ ହୋଇପଡିଥିଲେ। ପ୍ରତ୍ୟେହ ଦୁହିଁଭ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା। ପିତା ଜଣକ ନିଜ ପୁଅ ଉପରେ ରାଗି ନିଜ ସମ୍ପତ୍ତିର ଉତ୍ତରାଧିକାରୀ ରୂପେ କୁକୁର ଓ ସ୍ତ୍ରୀକୁ କରିଦେଇଛନ୍ତି। ପାରିବାରିକ ବିବାଦ କାରଣରୁ ରାଗରେ ନାରାୟଣ ୨ ଏକର ଜମି ନିଜ ପାଳିତ କୁକୁର ନାମରେ କରିଦେଇଛନ୍ତି। ପରିବାରରେ ଯିଏ ବି ଏହି କୁକୁରର ଲାଳନ ପାଳନ କରିବ ସେ ଏହି ସମ୍ପତ୍ତି ଉପଭୋଗ କରିବ ବୋଲି ନିଜ ଇଚ୍ଛାପତ୍ରରେ ଉଲ୍ଲେଖ କରିଛନ୍ତି।

Related posts