କେରଳ : ବିଶ୍ବ ମହାମାରୀ କରୋନା ସର୍ବପ୍ରଥମେ ଭାରତର କେରଳଠାରେ ଚିହ୍ନଟ ହୋଇଥିଲା । ତେବେ ଏହି ବିଶ୍ବମହାମାରୀକୁ କେରଳରେ ନିୟନ୍ତ୍ରଣକୁ ଅଣାଯାଇଛି । ତେବେ ଏଠାରେ କୋଭିଡ୍ 19 ପରି ଆଉ ଏକ ରୋଗ ବ୍ୟାପୁଥିବାର ଦେଖାଯାଇଛି । ଏହି ରୋଗରେ 11ବର୍ଷୀୟ ବାଳକର ମୃତ୍ୟୁ ହୋବା ପରେ ଆଉ ଜଣେ 56 ବର୍ଷୀୟା ମହିଳାଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଛି ।
କେରଳର କୋଝିକୋଡ ପରେ ଏବେ ଏର୍ଣ୍ଣାକୁଲମ୍ଠାରେ ଶିଗେଲା ରୋଗ ଚିହ୍ନଟ ହୋଇଛି । ଚୋଟ୍ଟାନିକ୍କାରର ରହୁଥିବା 56 ବର୍ଷୀୟା ମହିଳାଙ୍କଠାରେ ଏବେ ଏହି ରୋଗର ଲକ୍ଷଣ ଦେଖାଯାଇଛି । ଏର୍ଣ୍ଣାକୁଲମ୍ର ଏକ ଘରୋଇ ହସ୍ପିଟାଲେ ମହିଳାଙ୍କର ଚିକିତ୍ସା ଚାଲିଛି । ପ୍ରାଥମିକସ୍ତରରେ ତାଙ୍କଠାରେ ଜ୍ବର ଆସିଥିଲା । ଏହାପରେ ତାଙ୍କୁ ଡିସେମ୍ବର 23 ତାରିଖରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ବ୍ୟସ୍ତବିବ୍ରତ ନ ହେବାକୁ କହିଛନ୍ତି ଏର୍ଣ୍ଣାକୁଲମ୍ ଜିଲ୍ଲାର କଲେକ୍ଟର । ସ୍ବାସ୍ଥ୍ୟବିଭାଗ ଏହି ଏହି ଅଞ୍ଚଳରେ ଟୀକାକରଣ କ୍ୟାମ୍ପେନ୍ ଆରମ୍ଭ କରିଛି । ଚୋଟ୍ଟାନିକ୍କାର ଓ ଏହାର ଆଖପାଖ ଅଞ୍ଚଳକୁ ବିଶୋଧନ କରାଯାଉଛି ।
କୋଝିକୋଡର 11 ବର୍ଷୀୟ ବାଳକର ମୃତ୍ୟୁ ପରେ କୋଝିକୋଡର ପ୍ରତ୍ୟେକ ଲୋକଙ୍କୁ ଆଣ୍ଟି ବ୍ୟାକ୍ଟରିଆଲ୍ ମେଡିସିନ୍ ଦିଆଟାଉଛି । ସେଠାରେ 7 ଜଣ ଶିଗେଲା ରୋଗରେ ଆକ୍ରାନ୍ତ ହୋଇଥିଲେ । କୋଭିଡ୍-19 ପରେ କେରଳେ ଶିଗେଲା ବ୍ୟାପିବାରେ ଲାଗିଛି । ଦୂଷିତ ଜଳ ଓ ଖାଦ୍ୟ ଯୋଗୁଁ ଏହି ରୋଗ ବ୍ୟାପିଥଯାଏ । ଏହି ରୋଗଟି ମୁଖ୍ୟ ରୂପରେ ଅନ୍ତଃନଳୀକୁ ପ୍ରଭାବିତ କରିଥାଏ । ଏହା ଦ୍ବାରା ମଳଦ୍ବାରରୁ ରକ୍ତ ମଧ୍ୟ ବାହାରିଥାଏ । 5ବର୍ଷରୁ କମ୍ ବୟସର ଶିଶୁଙ୍କପାଇଁ ଏହି ରୋଗଟି ବେଶ୍ ବିପଜ୍ଜନକ । ଏହି ରୋଗଟି ରୋଗୀଠାରୁ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଦ୍ବାରା ବ୍ୟାପିଥାଏ । ଏହାର ଲକ୍ଷଣ ସାତ ଦିନ ପାଇଁ ରହିଥାଏ । କେବେ କେବେ ଏହି ରୋଗର କିଛି ଲକ୍ଷଣ ଦେଖାଯାଇ ନଥାଏ । (ଏଜେନ୍ସି)