Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ପରେ କେରଳରେ ବ୍ୟାପୁଛି ନୂଆ ରୋଗ, ଜାଣନ୍ତୁ କ’ଣ
ଆଜିର ଖବର

କରୋନା ପରେ କେରଳରେ ବ୍ୟାପୁଛି ନୂଆ ରୋଗ, ଜାଣନ୍ତୁ କ’ଣ

December 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

 

କେରଳ : ବିଶ୍ବ ମହାମାରୀ କରୋନା ସର୍ବପ୍ରଥମେ ଭାରତର କେରଳଠାରେ ଚିହ୍ନଟ ହୋଇଥିଲା । ତେବେ ଏହି ବିଶ୍ବମହାମାରୀକୁ କେରଳରେ ନିୟନ୍ତ୍ରଣକୁ ଅଣାଯାଇଛି । ତେବେ ଏଠାରେ କୋଭିଡ୍‌ 19 ପରି ଆଉ ଏକ ରୋଗ ବ୍ୟାପୁଥିବାର ଦେଖାଯାଇଛି । ଏହି ରୋଗରେ 11ବର୍ଷୀୟ ବାଳକର ମୃତ୍ୟୁ ହୋବା ପରେ ଆଉ ଜଣେ 56 ବର୍ଷୀୟା ମହିଳାଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଛି ।

କେରଳର କୋଝିକୋଡ ପରେ ଏବେ ଏର୍ଣ୍ଣାକୁଲମ୍‌ଠାରେ ଶିଗେଲା ରୋଗ ଚିହ୍ନଟ ହୋଇଛି । ଚୋଟ୍ଟାନିକ୍କାରର ରହୁଥିବା 56 ବର୍ଷୀୟା ମହିଳାଙ୍କଠାରେ ଏବେ ଏହି ରୋଗର ଲକ୍ଷଣ ଦେଖାଯାଇଛି । ଏର୍ଣ୍ଣାକୁଲମ୍‌ର ଏକ ଘରୋଇ ହସ୍ପିଟାଲେ ମହିଳାଙ୍କର ଚିକିତ୍ସା ଚାଲିଛି । ପ୍ରାଥମିକସ୍ତରରେ ତାଙ୍କଠାରେ ଜ୍ବର ଆସିଥିଲା । ଏହାପରେ ତାଙ୍କୁ ଡିସେମ୍ବର 23 ତାରିଖରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ବ୍ୟସ୍ତବିବ୍ରତ ନ ହେବାକୁ କହିଛନ୍ତି ଏର୍ଣ୍ଣାକୁଲମ୍‌ ଜିଲ୍ଲାର କଲେକ୍ଟର । ସ୍ବାସ୍ଥ୍ୟବିଭାଗ ଏହି ଏହି ଅଞ୍ଚଳରେ ଟୀକାକରଣ କ୍ୟାମ୍ପେନ୍‌ ଆରମ୍ଭ କରିଛି । ଚୋଟ୍ଟାନିକ୍କାର ଓ ଏହାର ଆଖପାଖ ଅଞ୍ଚଳକୁ ବିଶୋଧନ କରାଯାଉଛି ।

କୋଝିକୋଡର 11 ବର୍ଷୀୟ ବାଳକର ମୃତ୍ୟୁ ପରେ କୋଝିକୋଡର ପ୍ରତ୍ୟେକ ଲୋକଙ୍କୁ ଆଣ୍ଟି ବ୍ୟାକ୍ଟରିଆଲ୍‌ ମେଡିସିନ୍‌ ଦିଆଟାଉଛି । ସେଠାରେ 7 ଜଣ ଶିଗେଲା ରୋଗରେ ଆକ୍ରାନ୍ତ ହୋଇଥିଲେ । କୋଭିଡ୍‌-19 ପରେ କେରଳେ ଶିଗେଲା ବ୍ୟାପିବାରେ ଲାଗିଛି । ଦୂଷିତ ଜଳ ଓ ଖାଦ୍ୟ ଯୋଗୁଁ ଏହି ରୋଗ ବ୍ୟାପିଥଯାଏ । ଏହି ରୋଗଟି ମୁଖ୍ୟ ରୂପରେ ଅନ୍ତଃନଳୀକୁ ପ୍ରଭାବିତ କରିଥାଏ । ଏହା ଦ୍ବାରା ମଳଦ୍ବାରରୁ ରକ୍ତ ମଧ୍ୟ ବାହାରିଥାଏ । 5ବର୍ଷରୁ କମ୍‌ ବୟସର ଶିଶୁଙ୍କପାଇଁ ଏହି ରୋଗଟି ବେଶ୍‌ ବିପଜ୍ଜନକ । ଏହି ରୋଗଟି ରୋଗୀଠାରୁ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଦ୍ବାରା ବ୍ୟାପିଥାଏ । ଏହାର ଲକ୍ଷଣ ସାତ ଦିନ ପାଇଁ ରହିଥାଏ । କେବେ କେବେ ଏହି ରୋଗର କିଛି ଲକ୍ଷଣ ଦେଖାଯାଇ ନଥାଏ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.