Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓର ନୂଆବର୍ଷ ଅଫର୍‌ : ପୁଣି ମାଗଣା କଲ୍‌ ସେବା ଆରମ୍ଭ ହେବ
ଆଜିର ଖବର

ଜିଓର ନୂଆବର୍ଷ ଅଫର୍‌ : ପୁଣି ମାଗଣା କଲ୍‌ ସେବା ଆରମ୍ଭ ହେବ

December 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ନିର୍ଦେଶାନୁସାରେ ବିଲ୍ ଓ କିପ୍ ନିୟମକୁ ୨୦୨୧ ଜାନୁଆରି ପହିଲାରୁ ଦେଶରେ କାର୍ଯ୍ୟକାରୀ କରାଯାଉଛି, ତେଣୁ ଦେଶ ଭିତରେ ଭଏସ୍ କଲ୍ ଉପରେ ଲାଗୁ ହେଉଥିବା ଇଟଂରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ସମାପ୍ତ ହୋଇଛି । ଆଇୟୁସି ଶୁଳ୍କ ଉଚ୍ଛେଦ ହେଲେ ଅନ୍ୟ ନେଟ୍‌ୱର୍କକୁ ଦେଶ ଭିତରେ ଭଏସ୍ କଲ୍ ଉପରେ ରହିଥିବା ଚାର୍ଜ ପ୍ରତ୍ୟାହାର କରି ଶୂନ କରିବ ବୋଲି ଜିଓ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ସମ୍ମାନ ଜଣାଇ ଏହା ପୁଣି ଥରେ ଅଫ୍‌-ନେଟ୍ ବା ଅନ୍ୟ ନେଟ୍‌ୱର୍କକୁ ହେଉଥିବା ସ୍ଥାନୀୟ ବା ଦେଶ ମଧ୍ୟର ସମସ୍ତ ଭଏସ୍ କଲ୍‌କୁ ୨୦୨୧ ଜାନୁଆରି ୧ରୁ ନିଶୁଳ୍କ କରାଯିବା ଘୋଷଣା କରାଯାଇଛି । ଜିଓ ନେଟ୍‌ୱର୍କରେ ଅନ୍‌-ନେଟ୍ ଭଏସ୍ କଲ୍ ପୂର୍ବରୁ ସର୍ବଦା ସମ୍ପୂର୍ଣ୍ଣ ମାଗଣା ରହିଛି ।

ସୂଚନାଯୋଗ୍ୟ ଯେ ୨୦୧୯ ସେପ୍ଟେମ୍ବରରେ ଯେତେବେଳେ ଟ୍ରାଇ ପକ୍ଷରୁ ବିଲ୍ ଆଣ୍ଡ୍ କିପ୍ ନିୟମ ଲାଗୁ କରିବାର ସମୟ ସୀମାକୁ ୧ ଜାନୁଆରି ୨୦୨୦ ରୁ ଆଗକୁ ବୃଦ୍ଧି କରାଗଲା, ଜିଓ ସେତେବେଳେ ଅନ୍ୟ କୌଣସି ବିକଳ୍ପ ନପାଇ ଅଫ୍‌-ନେଟ୍ ଭଏସ୍ କଲ୍ ପାଇଁ ଗ୍ରାହକଙ୍କ ଉପରେ ଶୁଳ୍କ ଲଗାଇଥିଲା ଯାହାର ମୂଲ୍ୟ ଲାଗୁ ହେଉଥିବା ଆଇୟୁସି ଚାର୍ଜ ସହ ସମାନ ଥିଲା । ଏହି ପଦକ୍ଷେପ ଗ୍ରହଣ କରିବା ସହିତ ଗ୍ରାହକମାନଙ୍କୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଯେ କେବଳ ଯେତେଦିନ ପର୍ଯ୍ୟନ୍ତ ଟ୍ରାଇ ପକ୍ଷରୁ ଆଇୟୁସି ଶୁଳ୍କ ବ୍ୟବସ୍ଥା ଲାଗୁ ରହିବ ସେହି ସମୟ ପର୍ଯ୍ୟନ୍ତ ଏହି ଶୁଳ୍କ ଜାରି ରହିବ । ଆଜି ଜିଓ ସେହି ପ୍ରତିଶ୍ରୁତିକୁ ପାଳନ କରିଛି ଏବଂ ଅଫ୍‌-ନେଟ୍ ଭଏସ୍ କଲ୍‌କୁ ପୁଣି ଥରେ ମାଗଣା କରିଛି ।

ସାଧାରଣ ଭାରତୀୟ ନାଗରିକଙ୍କୁ ଭୋଲ୍‌ଟି ଭଳି ଅତ୍ୟାଧୁନିକ ପ୍ରଯୁକ୍ତିର ଲାଭ ପହଂଚାଇବା ଲାଗି ଜିଓ ସର୍ବଦା ପ୍ରତିବଦ୍ଧ । ଜିଓ ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା  ଏବଂ ପ୍ରତିଟି ଗ୍ରାହକଙ୍କ ପାଇଁ ଯତ୍ନବାନ । ଜିଓ ସହିତ ଆମର ସମସ୍ତ ଗ୍ରାହକ ମାଗଣା ଭଏସ୍ କଲ୍ ଉପଭୋଗ କରୁଛନ୍ତି ।

ଏକ ଡିଜିଟାଲ୍ ସମାଜରର ମୂଳଦୁଆ ସ୍ଥାପନ କରିବା ଲାଗି ଜିଓ ପ୍ରତିବଦ୍ଧ । ଏପରି ଏକ ଡିଜିଟାଲ୍ ସମାଜ ଯେଉଁଠାରେ ସବୁ କିଛି, ସମସ୍ତେ, ସବୁ ସ୍ଥାନ ଶ୍ରେଷ୍ଠ ଗୁଣାତ୍ମକ ସେବା ସହ ବିଶ୍ୱର ସବୁଠୁ କମ୍ ମୂଲ୍ୟରେ ସଂଯୁକ୍ତ ରହିବେ ଏବଂ ସବୁଠୁ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର ସୁଯୋଗ ଉପଭୋଗ କରିପାରିବେ । ପ୍ରଯୁକ୍ତିଗତ ନବସୃଜନ ବା ଇନୋଭେସନ୍ ସହିତ ଜିଓ ଗ୍ରାହକଙ୍କୁ ଅଗ୍ରାଧିକାର ଦେବାର ନିଜର ଉଦ୍ୟମ ସହ ନିଜର ଗ୍ରାହକମାନଙ୍କୁ ଯୁଗାନ୍ତକାରୀ ଉତ୍ପାଦ ଓ ସେବା ପ୍ରଦାନ କରିବା ଜାରି ରଖିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026

ସଂସ୍କୃତି ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ

January 17, 2026

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026

ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା

January 17, 2026
Latest News

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026

ସଂସ୍କୃତି ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଯୁବପିଢ଼ି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆହ୍ୱାନ

January 17, 2026

ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

January 17, 2026

ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା

January 17, 2026

ଡିଇପିଏମ୍ଓଏସ୍ ପ୍ରକଳ୍ପ ପାଇଁ ଏନ୍ଆଇସି-ଓଡ଼ିଶା ପୁରସ୍କୃତ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.