Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓର ନୂଆବର୍ଷ ଅଫର୍‌ : ପୁଣି ମାଗଣା କଲ୍‌ ସେବା ଆରମ୍ଭ ହେବ
ଆଜିର ଖବର

ଜିଓର ନୂଆବର୍ଷ ଅଫର୍‌ : ପୁଣି ମାଗଣା କଲ୍‌ ସେବା ଆରମ୍ଭ ହେବ

December 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ନିର୍ଦେଶାନୁସାରେ ବିଲ୍ ଓ କିପ୍ ନିୟମକୁ ୨୦୨୧ ଜାନୁଆରି ପହିଲାରୁ ଦେଶରେ କାର୍ଯ୍ୟକାରୀ କରାଯାଉଛି, ତେଣୁ ଦେଶ ଭିତରେ ଭଏସ୍ କଲ୍ ଉପରେ ଲାଗୁ ହେଉଥିବା ଇଟଂରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ସମାପ୍ତ ହୋଇଛି । ଆଇୟୁସି ଶୁଳ୍କ ଉଚ୍ଛେଦ ହେଲେ ଅନ୍ୟ ନେଟ୍‌ୱର୍କକୁ ଦେଶ ଭିତରେ ଭଏସ୍ କଲ୍ ଉପରେ ରହିଥିବା ଚାର୍ଜ ପ୍ରତ୍ୟାହାର କରି ଶୂନ କରିବ ବୋଲି ଜିଓ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ସମ୍ମାନ ଜଣାଇ ଏହା ପୁଣି ଥରେ ଅଫ୍‌-ନେଟ୍ ବା ଅନ୍ୟ ନେଟ୍‌ୱର୍କକୁ ହେଉଥିବା ସ୍ଥାନୀୟ ବା ଦେଶ ମଧ୍ୟର ସମସ୍ତ ଭଏସ୍ କଲ୍‌କୁ ୨୦୨୧ ଜାନୁଆରି ୧ରୁ ନିଶୁଳ୍କ କରାଯିବା ଘୋଷଣା କରାଯାଇଛି । ଜିଓ ନେଟ୍‌ୱର୍କରେ ଅନ୍‌-ନେଟ୍ ଭଏସ୍ କଲ୍ ପୂର୍ବରୁ ସର୍ବଦା ସମ୍ପୂର୍ଣ୍ଣ ମାଗଣା ରହିଛି ।

ସୂଚନାଯୋଗ୍ୟ ଯେ ୨୦୧୯ ସେପ୍ଟେମ୍ବରରେ ଯେତେବେଳେ ଟ୍ରାଇ ପକ୍ଷରୁ ବିଲ୍ ଆଣ୍ଡ୍ କିପ୍ ନିୟମ ଲାଗୁ କରିବାର ସମୟ ସୀମାକୁ ୧ ଜାନୁଆରି ୨୦୨୦ ରୁ ଆଗକୁ ବୃଦ୍ଧି କରାଗଲା, ଜିଓ ସେତେବେଳେ ଅନ୍ୟ କୌଣସି ବିକଳ୍ପ ନପାଇ ଅଫ୍‌-ନେଟ୍ ଭଏସ୍ କଲ୍ ପାଇଁ ଗ୍ରାହକଙ୍କ ଉପରେ ଶୁଳ୍କ ଲଗାଇଥିଲା ଯାହାର ମୂଲ୍ୟ ଲାଗୁ ହେଉଥିବା ଆଇୟୁସି ଚାର୍ଜ ସହ ସମାନ ଥିଲା । ଏହି ପଦକ୍ଷେପ ଗ୍ରହଣ କରିବା ସହିତ ଗ୍ରାହକମାନଙ୍କୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଯେ କେବଳ ଯେତେଦିନ ପର୍ଯ୍ୟନ୍ତ ଟ୍ରାଇ ପକ୍ଷରୁ ଆଇୟୁସି ଶୁଳ୍କ ବ୍ୟବସ୍ଥା ଲାଗୁ ରହିବ ସେହି ସମୟ ପର୍ଯ୍ୟନ୍ତ ଏହି ଶୁଳ୍କ ଜାରି ରହିବ । ଆଜି ଜିଓ ସେହି ପ୍ରତିଶ୍ରୁତିକୁ ପାଳନ କରିଛି ଏବଂ ଅଫ୍‌-ନେଟ୍ ଭଏସ୍ କଲ୍‌କୁ ପୁଣି ଥରେ ମାଗଣା କରିଛି ।

ସାଧାରଣ ଭାରତୀୟ ନାଗରିକଙ୍କୁ ଭୋଲ୍‌ଟି ଭଳି ଅତ୍ୟାଧୁନିକ ପ୍ରଯୁକ୍ତିର ଲାଭ ପହଂଚାଇବା ଲାଗି ଜିଓ ସର୍ବଦା ପ୍ରତିବଦ୍ଧ । ଜିଓ ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା  ଏବଂ ପ୍ରତିଟି ଗ୍ରାହକଙ୍କ ପାଇଁ ଯତ୍ନବାନ । ଜିଓ ସହିତ ଆମର ସମସ୍ତ ଗ୍ରାହକ ମାଗଣା ଭଏସ୍ କଲ୍ ଉପଭୋଗ କରୁଛନ୍ତି ।

ଏକ ଡିଜିଟାଲ୍ ସମାଜରର ମୂଳଦୁଆ ସ୍ଥାପନ କରିବା ଲାଗି ଜିଓ ପ୍ରତିବଦ୍ଧ । ଏପରି ଏକ ଡିଜିଟାଲ୍ ସମାଜ ଯେଉଁଠାରେ ସବୁ କିଛି, ସମସ୍ତେ, ସବୁ ସ୍ଥାନ ଶ୍ରେଷ୍ଠ ଗୁଣାତ୍ମକ ସେବା ସହ ବିଶ୍ୱର ସବୁଠୁ କମ୍ ମୂଲ୍ୟରେ ସଂଯୁକ୍ତ ରହିବେ ଏବଂ ସବୁଠୁ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର ସୁଯୋଗ ଉପଭୋଗ କରିପାରିବେ । ପ୍ରଯୁକ୍ତିଗତ ନବସୃଜନ ବା ଇନୋଭେସନ୍ ସହିତ ଜିଓ ଗ୍ରାହକଙ୍କୁ ଅଗ୍ରାଧିକାର ଦେବାର ନିଜର ଉଦ୍ୟମ ସହ ନିଜର ଗ୍ରାହକମାନଙ୍କୁ ଯୁଗାନ୍ତକାରୀ ଉତ୍ପାଦ ଓ ସେବା ପ୍ରଦାନ କରିବା ଜାରି ରଖିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026

ପାନୀୟ ଜଳ ଟାଙ୍କି ଓ ଫିଲ୍ଟରର ସ୍ୱଚ୍ଛତା ଓ ଜୀବାଣୁମୁକ୍ତି ପାଇଁ ଭାରତୀୟ ରେଳବାଇର ସ୍ୱତନ୍ତ୍ର ଅଭିଯାନ

August 24, 2026

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା

August 24, 2026
Latest News

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ସାମିଲ ହେଲେ ୧୦ଜଣ ମନ୍ତ୍ରୀ,୯୫ ପ୍ରତିଶତ ସମାଧାନ

August 24, 2026

ଏମଏମଡିଆର ବିଲକୁ ପ୍ରତ୍ୟାହାର ଦାବିରେ ଇଣ୍ଡିଆମେଣ୍ଟ ତରଫରୁ ମଶାଲ ଯାତ୍ରା

August 24, 2026

ପାନୀୟ ଜଳ ଟାଙ୍କି ଓ ଫିଲ୍ଟରର ସ୍ୱଚ୍ଛତା ଓ ଜୀବାଣୁମୁକ୍ତି ପାଇଁ ଭାରତୀୟ ରେଳବାଇର ସ୍ୱତନ୍ତ୍ର ଅଭିଯାନ

August 24, 2026

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.