ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୨୯ ଜଣ କରୋନା ଆକ୍ରାନ୍ତ

Published: Dec 31, 2020, 8:18 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୧, ପୁରୀରୁ ୨୯, ଖୋର୍ଦ୍ଧାରୁ ୨୨, ବାଲେଶ୍ବରରୁ ୧୭, ବରଗଡରୁ ୧୭, ଭଦ୍ରକରୁ ୧୨, କଟକରୁ ୧୦, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧୦, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୭, କଳାହାଣ୍ଡିରୁ ୬, ନୂଆପଡ଼ାରୁ ୬, ଝାରସୁଗୁଡାରୁ ୫, ବଲାଙ୍ଗୀରିରୁ ୪, ଜଗତସିଂହପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧, ଢେଙ୍କାନାଳରୁ ୧, ମାଲକାନାଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୬୨୧ କୁ ବୃଦ୍ଧି ହୋଇଛି। ତେବେ ୨୨୬୩ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳ ୧୮୭୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts