ସ୍ନେହାଙ୍ଗିନି ଛୁରିଆ ହେଲେ ବିଜେଡ଼ି ସଭାନେତ୍ରୀ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଗଂଜାମ ବିଜେଡ଼ି

Published: Jan 1, 2021, 2:45 pm IST

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ମହିଳା ଶାଖାର ସଭାନେତ୍ରୀ ଭାବେ ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନି ଛୁଆରିଆଙ୍କୁ ମନୋନୀତ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଗଂଜାମ ଜିଲ୍ଲା ବିଜେଡ଼ିରେ ଖୁସିର ମାହୋଲ୍ ଖେଳିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଗଂଜାମ ବିଜେଡ଼ି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି। ଗଂଜାମ ଜିଲ୍ଲା ମହିଳା ବିଜେର ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସମେତ ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀମତୀ ଛୁରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମତୀ ଛୁରିଆଙ୍କ ପରି ଜଣେ ବଳିଷ୍ଠ ନେତ୍ରୀଙ୍କୁ ରାଜ୍ୟ ସଭାନେତ୍ରୀ ପଦବୀ ଦେବା ପରେ ବିଜେଡ଼ି ଦଳ ରାଜ୍ୟରେ ଆହୁରି ସଂଗଠିତ ଏବଂ ସୁଦୃଢ଼ ହେବ ବୋଲି ଗଂଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ କୁହାଯାଇଛି।

Related posts