ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୦୧ ଜଣ କରୋନା ଆକ୍ରାନ୍ତ

Published: Jan 1, 2021, 9:14 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୫୮, ଅନୁଗୁଳରୁ ୪୧, ସମ୍ବଲପୁରରୁ ୩୧, ନୂଆପଡ଼ାରୁ ୨୭, ଖୋର୍ଦ୍ଧାରୁ ୨୦, ସମ୍ବଲପୁରରୁ ୧୯, ମୟୁରଭଞ୍ଜରୁ ୧୮, କଟକ ୧୫, ପୁରୀରୁ ୧୫, ବଲାଙ୍ଗୀରରୁ ୧୪, କେନ୍ଦ୍ରାପଡ଼ାରୁ ୧୩, ବାଲେଶ୍ୱରରୁ ୧୧, ଯାଜପୁରରୁ ୯, ବରଗଡ଼ରୁ ୭, କେନ୍ଦୁଝରରୁ ୫, ଗଞ୍ଜାମରୁ ୪, ଜଗତସିଂପୁରରୁ ୩, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୨,  ନୟାଗଡ଼ରୁ ୨, ଦେବଗଡ଼ରୁ ୧, ଗଜପତିରୁ ୧, କୋରାପୁଟରୁ ୧, ନବରଙ୍ଗପୁରରୁ ୧, ରାୟଗଡ଼ାରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୮୬୬ କୁ ବୃଦ୍ଧି ହୋଇଛି। ତେବେ ୨୨୦୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts