କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ବୁଟା ସିଂଙ୍କ ପରଲୋକ

Published: Jan 2, 2021, 11:24 am IST

ନୂଆ ଦିଲ୍ଲୀ: ରାଜସ୍ଥାନର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ବୁଟା ସିଂଙ୍କ ପରଲୋକ ହୋଇଯାଇଛି। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ଆଜି ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଟାସିଂଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, “ଶ୍ରୀ ବୁଟା ସିଂ ଜୀ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଗରିବ ଲୋକଙ୍କ କଲ୍ୟାଣ ପାଇଁ ତଥା ପ୍ରଭାବଶାଳୀ ସ୍ୱର ଥିଲେ। ତାଙ୍କ ଦେହାନ୍ତରେ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା।”

ବୁଟା ସିଂ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ସେ ଶିଖ ସଂପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ  ସେ କେନ୍ଦ୍ର ସରକାରରେ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ।

Related posts