କଙ୍ଗନା ରଣୱତଙ୍କୁ ଝଟ୍‌କା: ପିଟିଶନକୁ ଖାରଜ କଲେ ସିଭିଲ କୋର୍ଟ

Published: Jan 2, 2021, 2:50 pm IST

ମୁମ୍ବାଇ: ବାସଭବନ ପରିସରରେ ବେଆଇନ ନିର୍ମାଣ କରୁଥିବା ମାମଲାରେ ଅଭିନେତ୍ରୀ କଙ୍ଗନା ରଣୱତଙ୍କୁ ଝଟ୍‌କା ଲାଗିଛି। ଆଜି ମୁମ୍ବାଇର ଦିଣ୍ଡୋଶୀ ସିଭିଲ କୋର୍ଟରେ ମାମଲାର ଶୁଣାଣି କରି ବେଆଇନ ନିର୍ମାଣ ହେଉଥିବା ନେଇ ସ୍ପଷ୍ଟ କରାଯାଇଛି।

କଙ୍ଗନାଙ୍କ ବାସଭବନରେ ଅବୈଧ ନିର୍ମାଣ କରାଯାଇଥିବା ନେଇ ବିଏମସି ପକ୍ଷରୁ ଅଭିଯୋଗ ହୋଇଥିଲା। କଙ୍ଗନା ଏହାକୁ ଖଣ୍ଡନ କରିବା ସହିତ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ କୋର୍ଟଙ୍କ ଦ୍ବାରସ୍ଥ​‌ ହୋଇଥିଲେ। ହେଲେ ସିଭିଲ କୋର୍ଟ ଆଜି କଙ୍ଗନାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି।

କୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, ଘର ନିର୍ମାଣ ସମୟରେ କଙ୍ଗନା ନିୟମର ଗମ୍ଭୀର ଉଲ୍ଲଂଘନ କରିଛନ୍ତି। ସେ ୩ଟି ଫ୍ଲାଟ୍‌କୁ ଗୋଟିଏ ୟୁନିଟରେ ପରିବର୍ତ୍ତନ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ଅଶ୍ଵସ୍ତି ଦିଆଯିବ ନାହିଁ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି। ସେପଟେ କଙ୍ଗନାଙ୍କ ଓକିଲ କୋର୍ଟଙ୍କ ଆଦେଶରେ ଆପତ୍ତି ଉଠାଇ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

Related posts