ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୩୨ ଜଣ କରୋନା ଆକ୍ରାନ୍ତ

Published: Jan 2, 2021, 8:32 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ ୩୨, ବଲାଙ୍ଗୀରରୁ ୨୬, କଟକରୁ ୨୫, ସୁନ୍ଦରଗଡରୁ ୧୯, ବାଲେଶ୍ୱରରୁ ୧୬, ଯାଜପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ମୟୂରଭଞ୍ଜରୁ ୧୪, ଝାରସୁଗୁଡାରୁ ୧୧, ନୂଆପଡ଼ାରୁ ୧୧, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୧୦, ଭଦ୍ରକରୁ ୫, କଳାହାଣ୍ଡିରୁ ୫, ଗଞ୍ଜାମରୁ ୪, ସମ୍ବଲପୁରରୁ ୪, ବରଗଡରୁ ୨, ଜଗତସିଂହପୁରରୁ ୨, ପୁରୀରୁ ୨, ଦେବଗଡରୁ ୧, ଗଜପତିରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୧୧୭ କୁ ବୃଦ୍ଧି ହୋଇଛି। ତେବେ ୨୨୧୯ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts