ଏହି ରାଜ୍ୟର ୧୩ ଟି ଜିଲ୍ଲାରେ ପୁଣି ଲାଗିଲା ରାତ୍ରୀକାଳୀନ କର୍ଫ୍ୟୁ

Published: Jan 3, 2021, 11:27 am IST

ଜୟପୁର: ରାଜସ୍ଥାନର ୧୩ ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି। ସନ୍ଧ୍ୟା ୮ରୁ ସକାଳ ୬ ଟା  ପର୍ଯ୍ୟନ୍ତ  ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାଜସ୍ଥାନରେ ଗତକାଲି ୪୬୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ତେବେ ରାଜ୍ୟରେ ମୋଟ୍ ୩ ଲକ୍ଷ ୯ ହଜାର ୩୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଗତ ୨୪ ଘଣ୍ଟାରେ ୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହି ୫ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୭ ଶହ ୫ ରେ ପହଞ୍ଚିଛି।

ତେବେ ଏପର୍ଯ୍ୟନ୍ତ ରାଜସ୍ଥାନ ରାଜଧାନୀ ଜୟପୁରରେ ୫୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଅଜମେରରେ ୨୧୯, ବିକାନେରରେ ୧୬୬, କୋଟାରେ ୧୬୬, ଭରତପୁରରେ ୧୨୦, ଉଦୟପୁରରେ ୧୧୧, ପାଲୀରେ ୧୦୯ ଏବଂ ଶିକାରରେ ୯୮ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ୮୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨ ଲକ୍ଷ ୯୭ ହଜାର ୮୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୮ ହଜାର ୭୯୫ ଜଣ ଚିକିତ୍ସିତ ହେଉଛନ୍ତି।

Related posts