ଦୁଇଟି ଆସନରୁ ଲଢିବେ ରାହୁଲ୍‌ ଗାନ୍ଧି, ୟୁପିର ଆମେଥି, ଓ କେରଳର ଓ୍ବାୟନାଡୁରୁ ଲଢିବେ

Published: Mar 31, 2019, 11:43 am IST
rahul gandhi contests two seats in lspolls

ଲୋକସଭା ନିର୍ବାଚନ ପାଇଁ  ରାଜନୀତି ବେଶ୍‌ ସରଗରମ ରହିଛି। ସବୁ ରାଜନୈତିକ ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରିସରିଲେଣି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କଂଗ୍ରେସ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ବିଧିବଦ୍ଧ ଭାବରେ ରାହୁଲ୍‌ ଦୁଇଟି ସିଟ୍‌ରୁ ଚଳିତ ନିର୍ବାଚନ ଲଢିବେ ବୋଲି ଘୋଷଣା କରାଯାଇଛି। ରାହୁଲ ପାରମ୍ପରିକ ଆମେଥି ସହିତ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିବେ। କେରଳ କଂଗ୍ରେସ ପକ୍ଷରୁ ରାହୁଲ୍‌ଙ୍କୁ ଏହି ଆସନରୁ ଲଢିବା ପାଇଁ ଅନୁରୋଧ କରାଯାଇଥିଲା। ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜେଓ୍ବାଲା ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଆମେଥି ରାହୁଲ୍‌ଙ୍କ ମନରେ ରହିଛି ଓ ସବୁବେଳେ ରହିବ। ଆମେଥିକୁ ରାହୁଲ୍‌ ତାଙ୍କ କର୍ମଭୂମି ବୋଲି ମାନନ୍ତି, ତେଣୁ ସେ ଆମେଥିରୁ ଲଢିବା ସହିତ ଓ୍ବାୟନଡ଼ରୁ ମଧ୍ୟ ନିର୍ବାଚନ ଲଢିବେ। ଗତ ନିର୍ବାଚନରେ ମୋଦି ମଧ୍ୟ ବାରଣାସୀ ଓ ଗୁଜୁରାଟର ବଡ଼ତୋରା ଦୁଇଟି ଆସନରୁ ଲଢି ନିର୍ବାଚନ ଜିତିଥିଲେ। ତେବେ ଦେଖାଯାଉ, କଂଗ୍ରେସର ଏହି ନୂତନ ରଣନୀତି କେତେଦୂର ସଫଳତା ଦେଉଛି।

Related posts