ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ହଷ୍ଟେଲ ଖୋଲିବା ନେଇ ଏସଓପି ଜାରି କଲେ ରାଜ୍ୟ ସରକାର

Published: Jan 3, 2021, 10:03 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ହଷ୍ଟେଲ ଖୋଲିବା ନେଇ  ଏସଓପି ଜାରି କରାଯାଇଛି। ହଷ୍ଟେଲରେ ରହିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଅଭିବାବକମାନେ ଲିଖିତ ଅନୁମତି ପ୍ରଦାନ କରିବା ଆବଶ୍ୟକ। ଅନଲାଇନ ଶିକ୍ଷାର ସୁବିଧା ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବା ପାଇଁ ଅଗ୍ରାଧିକାର ଦିଆଯିବ। ହଷ୍ଟେଲରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ କରାଯିବ। ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ ପରେ ଲକ୍ଷଣ ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଅନୁମତି ମିଳିବ। ଏହା ସହିତ ପ୍ରତିଦିନ ହଷ୍ଟେଲରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ କରାଯିବ। ମେଡିକାଲ ଟିମ ସପ୍ତାହକୁ ଥରେ ହଷ୍ଟେଲ ପରିଦର୍ଶନ କରିବେ। ଏବଂ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସପ୍ତାହକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ବାହାରୁ ଖାଦ୍ୟ ମଗାଇ ଖାଇପାରିବେ ନାହିଁ।

Related posts