
ଭୁବନେଶ୍ବର, ଚିଲିକା ହ୍ରଦଙ୍କୁ ଚଳିତ ବର୍ଷ କେତେ ସଂଖ୍ୟାର ବିଦେଶାଗତ ପକ୍ଷୀ ଆସିଛନ୍ତି ତାହାର ଗଣନା ଆଜିଠାରୁ ଆରମ୍ଭ କରାଯାଇଛି। ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ 120 ଜଣଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରିଛି। ଏହି 120 ଜଣ 21 ଟି ଜୋନରେ ଭାଗ ହୋଇ ପକ୍ଷଗଣନା କରିବେ ବୋଲି କୁହାଯାଇଛି। ଗତବର୍ଷ ମଧ୍ୟ ଚିଲିକାର ପକ୍ଷୀ ଗଣନା ଏହି ଜାନୁୟାରୀ 5 ତାରିଖରେ କରାଯାଇଥିଲା।
ଚଳିତ ବର୍ଷ ପାଗ ଠିକ ଥିବାରୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗତ ବର୍ଷ ଚିଲିକାକୁ ରେକର୍ଡ ସଂଖ୍ୟକ 184 ପ୍ରକାରର 11 ଲକ୍ଷ 5 ହଜାର 40 ପକ୍ଷୀ ଆସିଥିଲେ।
Tags: ଚିଲିକା, ଚିଲିକା ପକ୍ଷୀ