Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ଏକଲା ଲଢିବ କଂଗ୍ରେସ,  ଆପ୍‌ ସହ ମେଣ୍ଟ ହେବ ନାହିଁ
ଆଜିର ଖବର

ଦିଲ୍ଲୀରେ ଏକଲା ଲଢିବ କଂଗ୍ରେସ,  ଆପ୍‌ ସହ ମେଣ୍ଟ ହେବ ନାହିଁ

March 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ। ଏ ନେଇ କଂଗ୍ରେସ କିମ୍ବା ଅଧ୍ୟକ୍ଷ ରାହୁଲ ଗାନ୍ଧି କୌଣସି ବିଧିବଦ୍ଧ ସୂଚନା ଦେଇନଥିଲେ ମଧ୍ୟ ଗତକାଲି ହୋଇଥିବା ବୈଠକରେ ଏହି ସମ୍ପର୍କିତ ସୂଚନା ରହିଛି।  ଦିଲ୍ଲୀରେ ମେଣ୍ଟ ହେବ କି ନାହିଁ, ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘରେ ବିଳମ୍ବିତ ରାତି ଯାଏ ଦଳର ବରିଷ୍ଠ ନେତା ପିସି ଚାକୋ, କେ.ସି ଭେନୁଗୋପାଳଙ୍କ ସହ ବୈଠକ ବସିଥିଲା। ଏବେ ଆପ ସହ ମେଣ୍ଟ କଲେ ଭବିଷ୍ୟତରେ ଏହା  କଂଗ୍ରେସ ପାଇଁ କ୍ଷତିକାରକ ହେବ ବୋଲି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତୀ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀ କଂଗ୍ରେସର କିଛି ନେତା ରାଜ୍ୟରେ ବିଜେପିକୁ ରୋକିବା ପାଇଁ ଆମ ଆଦମି ପାର୍ଟି ସହ ମେଣ୍ଟର ଆବଶ୍ୟକତା ରହିଛି ବୋଲି ମନେ କରି କଂଗ୍ରେସ ହାଇକମାଣ୍ଡକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ଭବିଷ୍ୟତରେ କଂଗ୍ରେସ ପାଇଁ ଭଲ ହେବ ନାହିଁ ବୋଲି ପିସିସି ଅଧ୍ୟକ୍ଷ ଶୀଲୀ ଦୀକ୍ଷିତ ମନେ କରି ପ୍ରଥମରୁ ଏହାକୁ ବିରୋଧ କରୁଥିଲେ। ତେବେ ମେଣ୍ଟ ବାବଦରେ ଆମ ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ ରଖିଥିଲେ। ହେଲେ ଏହି ମେଣ୍ଟ ପ୍ରସ୍ତାବ ଶୈଳୀକୁ ଶୀଲା ଦୀକ୍ଷିତ ଗ୍ରହଣ କରିନଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ଶୀଲା ଦୀକ୍ଷିତ ନିଜ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମେଣ୍ଚ ନହେବାର ଅନ୍ୟ ଏକ କାରଣ ‘ଆପ’ର ଆସନ ସର୍ତ୍ତ ବୋଲି ମଧ୍ୟ ଜଣାପଡ଼ିଛି।  ଏନସିପି ସୁପ୍ରିମୋ ଶରଦ ପାୱାର ଦୁଇ ଦଳ ମଧ୍ୟରେ ମଧ୍ୟସ୍ଥି ମଧ୍ୟ ସାଜିଥିଲେ। ହେଲେ ମେଣ୍ଟ ନେଇ ସବୁଜ ସଂକେତ ମିଳିପାରିନାହିଁ ।  ଗତ ସାଧାରଣ ନିର୍ବାଚନରେ ବିଜେପି ୭ଟି ଲୋକସଭା ଆସନରୁ ୭ଟି ଜିତି କ୍ଲିନ ସୁଇପ କରିଥିଲା।

Congress thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Latest News

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.