ସ୍କୁଲଗୁଡିକରେ କରୋନା ପରୀକ୍ଷା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

Published: Jan 5, 2021, 3:25 pm IST

ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ କୋଭିଡ ପରିସ୍ଥିତି ସମୀକ୍ଷା କରାଯାଇଥିଲା। ଏଥିରେ ମୁଖ୍ୟ ସଚିବ ଶିକ୍ଷାନୁଷ୍ଠାନଗୁଡିକରେ ଧାରାବାହିକ ଭାବେ କରୋନା ପରୀକ୍ଷା କରିବା ପାଇଁ କହିଛନ୍ତି। ବର୍ତ୍ତମାନ ସରକାର ସ୍କୁଲ କଲେଜ ଖୋଲିବା ପାଇଁ ନିଷ୍ପତି କରିଛନ୍ତି। ହେଲେ ସେସବୁ ସ୍ଥାନରେ କରୋନା ପାଇଁ ସତର୍କ ରହିବା ନିମନ୍ତେ କୋଭିଡ19 ପରୀକ୍ଷା କରିବା ଆବଶ୍ୟକ। ଏପରିକି ହଷ୍ଟେଲଗୁଡିକରେ ମଧ୍ୟ ଏହି ପରୀକ୍ଷା କରାଯାଉ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି କାର୍ଯ୍ୟ କିପରି କରାଯିବ ସେ ନେଇ ସୂଚନା ଦେଇଥିଲେ। ସ୍କୁଲର ଶିକ୍ଷକଶିକ୍ଷୟତ୍ରୀମାନେ ଯେପରି ଧାରାବାହିକ ଭାବେ ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗଯୋଗରେ ରହିବେ ସେ ନେଇ ପଦକ୍ଷେପ ନିଆଯିବ। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯିବ। ଏପରିକି ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ସ୍କୁଲକୁ ଯାଇ କରୋନା ପରୀକ୍ଷା ଉପରେ ନିଶ୍ଚିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts