ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୭୧ ଜଣ କରୋନା ଆକ୍ରାନ୍ତ

Published: Jan 5, 2021, 8:01 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୩୩, କେନ୍ଦ୍ରାପଡାରୁ ୩୧, ମୟୂରଭଞ୍ଜରୁ ୨୪, ବଲାଙ୍ଗିରିରୁ ୨୧, ଅନୁଗୁଳରୁ ୨୦, ସମ୍ବଲପୁରରୁ ୧୯, ଝାରସୁଗୁଡାରୁ ୧୮, ବାଲେଶ୍ବରରୁ ୧୬, କଟକରୁ ୧୬, ଯାଜପୁରରୁ ୧୬, ଖୋର୍ଦ୍ଧାରୁ ୧୫, କେନ୍ଦୁଝରରୁ ୯, ବରଗଡରୁ ୯, ନୂଆପଡ଼ାରୁ ୪, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, ରାୟଗଡାରୁ ୨, ଭଦ୍ରକରୁ ୧, ଜଗତସିଂହପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୬୯୦ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୯୭୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୯୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts